ରୁଷିଆର ଆଣବିକ ଅସ୍ତ୍ର ବ୍ୟବହାର ମାନବିକତା ପାଇଁ ଏକ ବଡ଼ ବିପଦ: କିଶିଦା…

ଟୋକିଓ/ ମସ୍କୋ,୨୨।୧୦: ବିଶ୍ୱର ରଣନୀତିକ ପରିସ୍ଥିତି ବଦଳିବା ସହିତ ପରମାଣୁ ଅସ୍ତ୍ରର ବିପଦ ମଧ୍ୟ ବଦଳି ଯାଉଛି। ଗୋଟିଏ ପଟେ ରୁଷିଆ ପରମାଣୁ ଅସ୍ତ୍ରଶସ୍ତ୍ରର ବ୍ୟବହାର ବିଷୟରେ ଖୋଲାଖୋଲି ଚେତାବନୀ ଦେଉଛି। ସେହିପରି ଚାଇନା ମଧ୍ୟ ପରମାଣୁ କ୍ଷମତା ବୃଦ୍ଧି କରିବା ଯୋଜନା ଜାରି ରଖିଛି। ଏଭଳି ପରିସ୍ଥିତିରେ ବିଶ୍ୱ ସାମ୍ନାରେ ପରମାଣୁ ଅସ୍ତ୍ରଶସ୍ତ୍ର ନେଇ ଏକ ବଡ଼ ଆହ୍ବାନ ସୃଷ୍ଟି ହୋଇଛି।

ଏପରିସ୍ଥଳେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ରୁଷିଆ ବିରୋଧରେ ଅଭିଯୋଗ ଆଣିଛନ୍ତି। ରୁଷିଆ ଆଣବିକ ଅସ୍ତ୍ର ବ୍ୟବହାର କରିଥିବା ସେ କହିଛନ୍ତି। କିସିସା କହିଛନ୍ତି ରୁଷିଆର ଆଣବିକ ଅସ୍ତ୍ର ବ୍ୟବହାର ମାନବିକତା ପାଇଁ ଏକ ବଡ଼ ବିପଦ। ଏଭଳି ଅସ୍ତ୍ର ବ୍ୟବହାର କରିବା ପାଇଁ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଧମକ ଅନ୍ତର୍ଜାତୀୟ ସ୍ତରରେ ଶାନ୍ତି ଏବଂ ନିରାପତ୍ତା ପାଇଁ ଏକ ଗୁରୁତର ବିପଦ ସୃଷ୍ଟି କରିଛି। ଏହା କେବେ ମଧ୍ୟ ଗ୍ରହଣୀୟ ନୁହେଁ। ଯଦି ଏହା ଘଟେ, ଏହା ମାନବିକତା ଉପରେ ଏକ ବଡ଼ ଆକ୍ରମଣ ଭଳି ହେବ।

Share