ମସ୍କୋ,୯ା୪: ରୁଷିଆରେ ମେ’ ୯ରେ ପାଳିତ ହେବାକୁ ଥିବା ୮୦ତମ ବିଜୟ ଦିବସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମସ୍କୋ ନିମନ୍ତ୍ରଣ କରିଛି। ଏନେଇ ରୁଷିଆର ବହିର୍ବ୍ୟାପାର ଉପମନ୍ତ୍ରୀ ଆଣ୍ଡ୍ରେୟ ରୁଡେଙ୍କୋ ବୁଧବାର ସୂଚନା ଦେଇଛନ୍ତି।
ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିବାବେଳେ ୧୯୪୫ ଜାନୁଆରୀରେ ସୋଭିଏଟ୍ ଆର୍ମି ଜର୍ମାନୀ ଉପରେ ଆକ୍ରମଣ କରିଥିଲା। ମେ’ ୯ରେ ସୋଭିଏଟ୍ ସଂଘ ବିଜୟ ହାସଲ କରିଥିଲା। ଜର୍ମାନୀ ସୋଭିଏଟ୍ ୟୁନିୟନ୍ ନିକଟରେ ନିଃସର୍ତ୍ତ ଆମତ୍ସମର୍ପଣ ସକାଶେ ଏକ ଚୁକ୍ତିରେ ସ୍ବାକ୍ଷର କରିବା ପରେ ଯୁଦ୍ଧାବସାନ ହୋଇଥିଲା। ଏହାର ୮୦ତମ ବର୍ଷପୂର୍ତ୍ତି ପାଳନ ହେବାକୁ ଯାଉଥିବାରୁ ମସ୍କୋ ମୋଦିଙ୍କୁ ଏଥିରେ ଅତିଥି ରୂପେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛି।


