ଆମେରିକାର ଜଣାଶୁଣା ବିଚାରପତି ରୁଥ ବେଡରଙ୍କ ପରଲୋକ

ୱାଶିଂଟନ,୧୯ ।୯: ଆମେରିକା ସୁପ୍ରିମକୋର୍ଟର ବିଚାରପତି ଥିବା ଜଷ୍ଟିସ ରୁଥ ବେଡର ଗିନସ୍‌ବର୍ଗଙ୍କର ଶୁକ୍ରବାର ୮୭ ବର୍ଷ ବୟସରେ ୱାଶିଂଟନରେ ଥିବା ତାଙ୍କ ଘରେ ପରଲୋକ ହୋଇଛି । ମହିଳା ଅଧିକାରକୁ ନେଇ ସେ ବେଶ୍ ପରିଚିତ ଥିଲେ । ଏହାସହ ସୁପ୍ରିମକୋର୍ଟର ଦ୍ୱିତିୟ ମହିଳା ବିଚାରପତି ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ସେ ମେଟାସିଟାଟିକ ପାନକ୍ରିଆଟିକ୍ କ୍ୟାନସରରେ ପୀଡ଼ିତ ଥିଲେ । ସୂଚନାଯୋଗ୍ୟ, ୧୯୯୩ରେ ସେ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କ ଦ୍ୱାରା ନିଯୁକ୍ତ ହୋଇଥିଲେ । ଏବେ ସର୍ବୋଚ୍ଚ ନ୍ୟାୟାଳୟର ସେ ସବୁଠାରୁ ବରିଷ୍ଠ ଆଇନଜୀବୀ ଥିଲେ । ତାଙ୍କ ପରଲୋକରେ ଆମେରିକା ଜଣେ ଐତିହାସିକ ବିଚାରପତିଙ୍କୁ ହରାଇଲା ବୋଲି ଦୁଃଖ ପ୍ରକାଶ କରି କହିଛନ୍ତି ଆମେରିକା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି । ଏପଟେ ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ଟ୍ରମ୍ପ ତାଙ୍କ ସ୍ଥାନରେ ଆଉ କହାକୁ ନିଯୁକ୍ତ କରିବେ କି ନା ତାହା ଏବେ ପ୍ରଶ୍ନ ଭିତରେ ରହିଯାଇଛି ।

Share