Categories: ବାଣିଜ୍ୟ

ଅଡୁଆରେ ମାରୁତି ସୁଜୁକି, ଆୟକର ବିଭାଗ ପଠାଇଲା ୨୧୬୦ କୋଟି ଟଙ୍କାର ବକେୟା ଦେବାର ନୋଟିସ୍‌

ନୂଆଦିଲ୍ଲୀ,୪।୧୦: ଦେଶର ସବୁଠାରୁ ବଡ଼ କାର୍‌ ନିର୍ମାତା କମ୍ପାନୀ ମାରୁତି ସୁଜୁକିକୁ ଆୟକର ବିଭାଗ ଟିକସ ନୋଟିସ୍‌ ପଠାଇଛି। ୨,୧୬୦ କୋଟି ଟଙ୍କାର ବକେୟା ରାଶି ଦେବା ଲାଗି ବିଭାଗ ପକ୍ଷରୁ ନୋଟିସ୍‌ କରାଯାଇଥିବା କମ୍ପାନୀ କହିଛି। ଏହି ମାମଲା ୨୦୧୯-୨୦ ଆର୍ଥିକ ବର୍ଷର ବୋଲି ଜଣାପଡ଼ିଛି।

ମାରୁତି ସୁଜୁକି ଏହି ନୋଟିସ୍‌ ମାମଲାରେ ବିବାଦ ସମାଧାନ ପ୍ୟାନେଲ ସମ୍ମୁଖରେ ନିଜର ଆପତ୍ତି ଦାଖଲ କରିବ। ଏହି ନୋଟିସ ଯୋଗୁ କମ୍ପାନୀର ଅର୍ଥନୈତିକ, କାର୍ଯ୍ୟକ୍ଷମ ଏବଂ ଅନ୍ୟ ଗତିବିଧି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କମ୍ପାନୀ କହିଛି।

Share