Categories: ଖେଳ

ବିରାଟଙ୍କ ରେକର୍ଡ ଭାଙ୍ଗିଲେ ଋତୁରାଜ…

ଗୁଆହାଟୀ,୨୮।୧୧ : ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆର ଋତୁରାଜ ଗାଇକ୍ୱାଡ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସେ ୫୭ ବଲରେ ୨୧୫.୭୮ ଷ୍ଟ୍ରାଇକ ରେଟରେ ୧୨୩ ଅପରାଜିତ ରନ ସ୍କୋର କରିବାରେ ସଫଳ ହୋଇଛନ୍ତି। ଏହା ସହିତ ସେ କିଛି ସଫଳତା ମଧ୍ୟ ହାସଲ କରିଛନ୍ତି। ଏହା ସହିତ ସେ ବିରାଟ କୋହଲିଙ୍କୁ ପଛରେ ପକାଇବାସହ ତାଙ୍କର ରେକର୍ଡ ଭାଙ୍ଗିଛନ୍ତି।

ଗାଇକୱାଡ ଟି-୨୦ ରେ ଭାରତର ଦ୍ୱିତୀୟ ସର୍ବାଧିକ ସ୍କୋରର ହୋଇଛନ୍ତି। ଗୁଆହାଟୀରେ ତାଙ୍କର ବିସ୍ଫୋରକ ଶତକ ସହିତ ରୁତୁରାଜ ଗାଇକୱାଡ ୧୨୩ ଅପରାଜିତ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ଇନିଂସ ଖେଳିଥିବା ଦ୍ୱିତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ସେ ବିରାଟ କୋହଲିଙ୍କ ୧୨୨ ଅପରାଜିତ ରନ ସ୍କୋରକୁ ପଛରେ ପକାଇଛନ୍ତି। ଶୁଭମାନ ଗିଲଙ୍କ ନାମ ପ୍ରଥମ ସ୍ଥାନରେ ଅଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଗିଲ ଅପରାଜିତ ୧୨୬ ାନ ସ୍କୋର କରିଥିଲେ।

Share