Categories: ଖେଳ

ଏସିଆନ୍ ଗେମ୍ସ ୨୦୨୩: ଜାଣନ୍ତୁ କେବେ ଏବଂ କାହା ବିପକ୍ଷରେ ଖେଳିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ, ୨୮। ୭: ଭାରତୀୟ କ୍ରିକେଟ ଟିମ୍ ସେପ୍ଟେମ୍ବର ୨୩ରୁ ଚାଇନାର ହାଙ୍ଗଜୁ ସହରରେ ଆୟୋଜିତ ହେବାକୁ ଥିବା ୧୯ତମ ଏସିଆନ୍ ଗେମ୍ସ ଲାଗି ପ୍ରସ୍ତୁତ। ଋତୁରାଜ ଗାଏକୱାଡଙ୍କ ଅଧିନାୟକତ୍ଵରେ ଭାରତୀୟ ଟିମ୍ ସ୍ବର୍ଣ୍ଣ ପଦକ ଲାଗି ଖେଳିବ। ଆଇସିସି ରାଙ୍କିଙ୍ଗ୍ ଆଧାରରେ ଏସିଆର ଟପ୍ ୪ ଟିମ୍ ସିଧା କ୍ବାଟର ଫାଇନାଲରୁ ଅଭିଯାନ ଆରମ୍ଭ କରିବ। ଏହି କ୍ରମରେ ଭାରତୀୟ ଟିମ୍ କାହା ସହ ମୁକାବିଲା କରିବ ତାର ଚିତ୍ର ସ୍ପଷ୍ଟ ହୋଇଛି।

 

ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚ ଅକ୍ଟୋବର ୫ରେ ଖେଳିବ। ଏହା କ୍ବାଟର ଫାଇନାଲ ମୁକାବିଲା ହେବ। ପରେ ଦଳ ଅକ୍ଟୋବର ୬ରେ ସେମିଫାଇନାଲ ଏବଂ ଅକ୍ଟୋବର ୭ରେ ଫାଇନାଲ ଖେଳିବ। ଭାରତୀୟ ଟିମ୍ ଫାଇନାଲରେ ପହଞ୍ଚିବାରେ ସଫଳ ହୁଏ ତେବେ ତାକୁ ଲଗାତାର ୩ ମ୍ୟାଚ ଖେଳିବାକୁ ହେବ। ଆଫଗାନିସ୍ତାନ ଅଥବା ବାଲାଂଦେଶ ବିରୋଧରେ ଭାରତ କ୍ବାଟର ଫାଇନାଲ ଖେଳିବାର ସମ୍ଭାବନା ରହିଛି। ତେବେ ଭାରତରେ ଅକ୍ଟୋବର ୫ରୁ ବିଶ୍ବକପ୍ ୨୦୨୩ ଆରମ୍ଭ ହେବାକୁ ଯାଉଛି। ଏଣୁ ଏସିଆନ୍ ଗେମ୍ସ ର ଫାଇନାଲ ବିଶ୍ବକପ୍ ଆରମ୍ଭର ଦୁଇ ଦିନ ପରେ ଖେଳାଯିବ।

Share