Categories: ଖେଳ

ଆୟର୍ଲାଣ୍ଡ ଆଗରେ ୧୮୬ ରନ୍‌ର ଟାର୍ଗେଟ୍‌

ଡବଲିନ,୨୦।୮: ଡବଲିନ୍‌ ଦ ଭିଲେଜ୍‌ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଆୟର୍ଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ଭାରତ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୮୫ ରନ୍‌ କରିବାରେ ସକ୍ଷମ ହୋଇଛି। ଫଳରେ ଆୟର୍ଲାଣ୍ଡ ଆଗରେ ୧୮୬ ରନ୍‌ର ବିଜୟ ଟାର୍ଗେଟ ରଖିଛି ଭାରତ।

ଭାରତର ଦୁଇ ଓପନର ଯଶସ୍ବୀ ଜୈସ୍ବାଲ ଏବଂ ଋତୁରାଜ ଗାଏକ୍ୱାଡ୍‌ ବ୍ୟାଟିଂ କରିବାକୁ ଆସି ଭଲ ଆରମ୍ଭ ଦେଇଥିଲେ। ହେଲେ ଜୈସ୍ବାଲ ୧୭ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଗାଏକ୍ୱାଡ୍‌ ଧୈର୍ଯ୍ୟର ସହ ବ୍ୟାଟିଂ କରି ରନ୍‌ ଆଗକୁ ନେଇଥିଲେ। ସେ ୪୩ ବଲ୍‌ରେ ୫୮ ରନ୍‌ର(୬ ଚଉକା ଏବଂ ୧ଛକା) ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ତିଲକ୍‌ ବର୍ମା ୧ ରନ୍‌ରେ ବିଫଳ ହୋଇଥିବା ବେଳେ ଉଇକେଟ କିପର ସଞ୍ଜୁ ସାମସନ୍‌ ୨୬ ବଲ୍‌ରେ ୪୦ ରନ୍‌ କରିଥିଲେ। ଶେଷ ୨ ଓଭରରେ ରିଙ୍କୁ ସିଂ ଏବଂ ଶିଭମ୍‌ ଦୁବେ ବିସ୍ଫୋରକ ଇନିଂସ୍‌ ଖେଳିଥିଲେ। ରିଙ୍କୁ ୨୧ ବଲ୍‌ରେ(୨ ଚଉକା ଏବଂ ୩ ଛକା ) ୩୮ ରନ୍‌ କରିଥିବା ବେଳେ ଶିଭମ୍‌ ୧୬ ବଲ୍‌ରେ ୨୨ ରନ୍‌ କରି ନଟ୍‌ଆଉଟ ରହିଥିଲେ। ଫଳରେ ଭାରତ ୧୮୫ ରନ୍‌ କରିବାରେ ସଫଳ ହୋଇଥିଲା।

Share