ଧର୍ମଶାଳା,୨୬।୨: ଆଘାତ ସମସ୍ୟାକୁ ନେଇ ଶ୍ରୀଲଙ୍କା ବିପକ୍ଷ ଅବଶିଷ୍ଟ ଦୁଇଟି ଟି-୨୦ ମୁକାବିଲାରୁ ବାଦ ପଡ଼ିଛନ୍ତି ଭାରତୀୟ ଓପନର୍ ଋତୁରାଜ ଗାୟକଓ୍ବାଡ। ଫଳରେ ତରବରିଆ ଭାବେ ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ବାଲଙ୍କୁ ସାମିଲ କରାଯାଇଥିବା ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି।
ଏହି ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି। ଦ୍ୱିତୀୟ ମ୍ୟାଚ୍ ଶନିବାର ଏଠାରେ ଖେଳାଯିବ। ତେବେ ଅଭ୍ୟାସ ସମୟରେ ଡାହାଣ ହାତ ମଣିବନ୍ଧରେ ଆଘାତ ଯୋଗୁ ୨୫ ବର୍ଷର ଋତୁରାଜ ପ୍ରଥମ ମ୍ୟାଚ୍ ଖେଳିବାରୁ ବଞ୍ଚିତ ହୋଇଥିଲେ।
ଏପରି ରହିଛି ଭାରତ ଏକାଦଶ:
ରୋହିତ ଶର୍ମା(ଅଧିନାୟକ), ଶ୍ରେୟାସ ଆୟର, ଇଶାନ କିଶନ, ଭେଙ୍କଟେଶ ଆୟାର, ଦୀପକ ହୁଡା, ରବିନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, ରବି ବିଶ୍ନୋଇ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଜସପ୍ରିତ ବୁମ୍ରା, ଆଭେଶ ଖାନ୍, ମୟଙ୍କ ଅଗ୍ରଓ୍ବାଲ