Categories: ଖେଳ

ଫାଇନାଲରେ ମୁକୁଟ ପିନ୍ଧିଲେ ରୁତୁରାଜ

ଦୁବାଇ,୧୫।୧୦: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ବ୍ୟାଟିଂ ସେନସେଶନ ରୁତୁରାଜ ଗାଏକ୍ୱାଡ ଶେଷରେ ଅରେଞ୍ଜ କ୍ୟାପର ଅଧିକାରୀ ହୋଇଛନ୍ତି। ଶୁକ୍ରବାର ଦୁବାଇରେ ଖେଳାଯାଇଥିବା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ବିପକ୍ଷ ଫାଇନାଲରେ ସେ ୩୨ (୩ ଚୌକା ଓ ୧ ଛକା)ରନ୍‌ର ପାଳି ଖେଳିଥିଲେ। ଏଥିସହ ସେ (୬୩୫ ରନ୍‌) ଚଳିତ ଆଇପିଏଲରେ ସର୍ବାଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନ ହେବାର ସୌଭାଗ୍ୟ ଲାଭ କରିଛନ୍ତି।

ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହି ଆଇପିଏଲ ଶେଷ କରିଛନ୍ତି ସାଥି ଓପନର ତଥା ଚେନ୍ନାଇର ବରିଷ୍ଠ ବ୍ୟାଟ୍ସମ୍ୟାନ ଫାଫ ଡୁ’ପ୍ଲେସି (୬୩୩)। କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ବିପକ୍ଷ ଫାଇନାଲର ଅନ୍ତିମ ବଲ ପର୍ଯ୍ୟନ୍ତ ଡୁ’ପ୍ଲେସିଙ୍କ ପାଖରେ ଅରେଞ୍ଜ କ୍ୟାପ ହାତେଇବାର ସୁଯୋଗ ଥିଲା। ଶିବମ ମାଭିଙ୍କ ଅନ୍ତିମ ବଲକୁ ଛକା ମାରିବାକୁ ଯାଇ ଫାଫ ବାଉଣ୍ଡ୍ରି ଅଞ୍ଚଳରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ।

Share