ଟଳିବନି ଯୁଦ୍ଧ: ପୁଟିନ

ମସ୍କୋ,୨୪ ।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ବେଳକୁ ବେଳ ଉତ୍ତେଜନା ପରିସ୍ଥିତି ବଢିବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ପରିସ୍ଥିତି ଯୁଦ୍ଧର ନିକଟତର ହେବାରେ ଲାଗିଛି । ଆଶଙ୍କା କରାଯାଉଛି କି ଯେ କୌଣସି ମୁହୂର୍ତ୍ତରେ ରୁଷିଆ ପକ୍ଷରୁ ୟୁକ୍ରେନ୍ ଉପରେ ଆକ୍ରମଣ କରାଯାଇପାରେ । ଇତି ମଧ୍ୟରେ ସୂଚନା ମିଳିଛି କି ୟୁକ୍ରେନ ସଂସଦ ପକ୍ଷରୁ ରାଷ୍ଟ୍ରୀୟ ଜରୁରୀକଳିନ ପରିସ୍ଥିତି ଘୋଷଣା କରାଯାଇଛି । ଏହା ପୂର୍ବରୁ ଆମେରିକା ୟୁକ୍ରେନକୁ ଚେତାବନୀ ଦେଇ ସାରିଛି କି ରୁଷିଆ ପକ୍ଷରୁ ୪୮ ଘଣ୍ଟା ମଧ୍ୟରେ ୟୁକ୍ରେନ ଉପରେ ବଡ ଧରରଣ ଆକ୍ରମଣ ହୋଇପାରେ । ଆମେରିକା ଅଧିକାରୀ କହିଛନ୍ତି ୟୁକେନ୍ ଆଖପାଖରେ ଥିବା ରୁଷିଆର ୮୦ ପ୍ରତିଶତ ସେନା ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି । ଅର୍ଥାତ୍ ମାତ୍ର ଗୋଟିଏ ଇସାରାରେ ରୁଷିଆ ସେନା ୟୁକ୍ରେନ୍ ଉପରେ ଝପଟି ପଡି ପାରନ୍ତି ।
ଅନ୍ୟପଟେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧର ସେନା ଅଭିଯାନର ଘୋଷଣା କରି ସାରିଛନ୍ତି । ସେ କହିଛନ୍ତି ଯୁଦ୍ଧକୁ ଏଡାଇ ଦିଆଯାଇ ପାରିବ ନାହିଁ । ସେ କହିଛନ୍ତି ୟୁକ୍ରେନ ଯଦି ପଛକୁ ନ ହଟିବ ତେବେ ଯୁଦ୍ଧ ହେବା ସୁନିଶ୍ଚି । ପୁଟିନ ୟୁକ୍ରେନ ସେନାଙ୍କୁ ଧମକ ଦେଇ କହିଛନ୍ତି ଯେତେଶୀଘ୍ର ସେମାନେ ଓହରି ଯାଆନ୍ତୁ ନଚେତ ଯୁଦ୍ଧକୁ ଟାଳି ଦିଆଯାଇ ନ ପାରେ ।

Share