Categories: ଜାତୀୟ

ବିରୋଧୀଙ୍କ ବୈଠକ ପୂର୍ବରୁ କଂଗ୍ରେସକୁ ଚରମବାଣୀ ଶୁଣାଇଲା ଏଏପି

ନୂଆଦିଲ୍ଲୀ,୨୨।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୁକ୍ରବାର ପାଟନାରେ ବିରୋଧୀ ଦଳ ବୈଠକ ଡାକିଛନ୍ତି।
ତେବେ ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ପ୍ରସଙ୍ଗ ଉଠାଇବେ ବୋଲି ଜଣାପଡିଛି। ଏଏପି ସୂତ୍ରରୁ ପ୍ରକାଶ ଯେ,
ଯଦି କଂଗ୍ରେସ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ କେଜ୍‌ରିଓ୍ବାଲଙ୍କ ସମର୍ଥନ ନ କରିବ, ତେବେ ଏଏପି ବୈଠକରୁ ଫେରିଆସିବ ବୋଲି ରୋକଠୋକ ଶୁଣାଇଦେଇଛି।

ଅନ୍ୟପଟେ, କଂଗ୍ରେସ କହିଛି, ଦଳ କୌଣସି ଚାପରେ ଆସିବ ନାହିଁ। ପାଟନାରେ ଅନୁଷ୍ଠିତ ଏହି ବୈଠକରେ ଲୋକ ସଭା ନିର୍ବାଚନ ରଣନୀତକୁ ନେଇ ଆଲୋଚନା ହେବ। କଂଗ୍ରେସ ପୂର୍ବରୁ ସ୍ପଷ୍ଟ କରିସାରିଛି, ଯେତେବେଳେ ଦିଲ୍ଲୀରେ ଟ୍ରାନ୍ସଫର-ପୋଷ୍ଟିଂ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିଲ ଯେବେ ସଂସଦ ଅଧିବେଶନରେ ଆସିବ ସେବେ ହିଁ ରଣନୀତି ପ୍ରସ୍ତୁତ କରାଯିବ। ତେବେ ପାର୍ଟି ସୂତ୍ରର ସୂଚନାରୁ ଜଣାପଡିଛି ଯେ, ସଂସଦରେ ଏହି ଅଧ୍ୟାଦେଶକୁ କଂଗ୍ରେସ ବିରୋଧ କରିବ।

Share