ଦିଲ୍ଲୀ କ୍ୟାପିଟାଲ୍ସର ବୋଲିଂ କୋଚ୍‌ ହେଲେ ଏହି ଅଷ୍ଟ୍ରେଲୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୨୫।୮: ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ର଼୍ୟାନ୍‌ ହାରିସ ଆଇପିଏଲ୍‌ ଦଳ ଦିଲ୍ଲୀ କ୍ୟାପିଟାଲ୍ସର ନୂତନ ବୋଲିଂ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି। ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ। ୪୦ ବର୍ଷୀୟ ହାରିସ ୟୁଏଇରେ ଅବସ୍ଥିତ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ସହ ସେଠାରେ ଯୋଗଦେବେ ବୋଲି ଜଣାପଡ଼ିଛି। ହାରିସ ନିଜ ଦେଶର ଜେମ୍ସ ହୋପ୍ସଙ୍କ ସ୍ଥାନରେ ଏହି ଦାୟିତ୍ୱ ସମ୍ଭାଳିବେ। ହୋପ୍ସ ଗତ ୨ ବର୍ଷ ଧରି ଦିଲ୍ଲୀର ବୋଲିଂ କୋଚ୍‌ ରହିଥିଲେ। କିନ୍ତୁ ଚଳିତ ସିଜନରେ ବ୍ୟକ୍ତିଗତ କାରଣ ଲାଗି ସେ ଦଳ ସହିତ ଯୋଗ ଦେଇପାରିବେନି। ଏହି କାରଣରୁ ହାରିସଙ୍କୁ ନୂତନ ବୋଲିଂ କୋଚ୍‌ ଭାବେ ନିଯୁକ୍ତ କରାଯାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କୁହାଯାଇଛି। ଜଣେ ଡାହାଣହାତୀ ସୁଇଂ ବୋଲର ଭାବେ ପରିଚିତ ଲାଭ କରିଥିବା ହାରିସ ଅଷ୍ଟ୍ରେଲିଆ ପକ୍ଷରୁ ୨୦୦୯ରୁ ୨୦୧୫ ମଧ୍ୟରେ ୨୭ ଟେଷ୍ଟ ଓ ୨୧ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଏଥିରେ ସେ ଯଥାକ୍ରମେ ୧୧୩ ଓ ୪୪ ଉଇକେଟ୍‌ ନେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଦିଲ୍ଲୀ କ୍ୟାପିଟାଲ୍ସ କୋଚିଂ ଷ୍ଟାଫ୍‌ ଦଳରେ ପୂର୍ବରୁ ରିକି ପଣ୍ଟିଂ (ମୁଖ୍ୟ କୋଚ୍‌), ମହମ୍ମଦ କୈଫ୍‌ (ସହାୟକ କୋଚ୍‌), ସାମୁଏଲ୍‌ ବଦ୍ରି (ସ୍ପିନ ବୋଲିଂ କୋଚ୍‌), ବିଜୟ ଦାହିୟା ପ୍ରମୁଖ ସାମିଲ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2025: ହାରିବା ପରେ ବି ସମସ୍ତଙ୍କ ହୃଦୟ ଜିତୁଛନ୍ତି ଏହି କ୍ରିକେଟର

ନୂଆଦିଲ୍ଲୀ,୨୬।୩: ଗତ ସିଜିନରେ ଅଷ୍ଟମ ସ୍ଥାନ ହାସଲ କରିଥିବା ଗୁଜରାଟର IPL ୨୦୨୫ରେ ଆରମ୍ଭ ଭଲ ନଥିଲା। ମଙ୍ଗଳବାର ୨୫ମାର୍ଚ୍ଚରେ, ସେମାନେ ହୋମ ଟାଉନରେ ପଞ୍ଜାବ...

ଶଶାଙ୍କ ଜାଣି ନ ଥିଲେ ଶ୍ରେୟସ ୯୭ ରନ କରିଛନ୍ତି, କ୍ୟାପଟେନ କହିଥିଲେ ମୋ କଥା ଚିନ୍ତା ନ କରି ବାଉଣ୍ଡ୍ରି ମାର

ନୂଆଦିଲ୍ଲୀ,୨୬।୫: ମଙ୍ଗଳବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ IPL ୨୦୨୫ର ପଞ୍ଚମ ମ୍ୟାଚ ଖେଳାଯାଇଥିଲା। ପଞ୍ଜାବର ଇନିଂସ...

IPL 2025: ଗୌତମ ଗମ୍ଭୀରଙ୍କ ରେକର୍ଡ ଭାଙ୍ଗିବେ ରାହାଣେ! ରାଜସ୍ଥାନ ବିପକ୍ଷରେ କରିପାରନ୍ତି କିର୍ତ୍ତିମାନ

ନୂଆଦିଲ୍ଲୀ,୨୬।୩: କୋଲକାତା ନାଇଟ ରାଇଡର୍ସର IPL ୨୦୨୫ରେ ଆରମ୍ଭ ଭଲ ନଥିଲା। ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।...

IPL 2025ରେ ବଡ଼ କାରନାମା କଲେ ଶ୍ରେୟସ ଆୟାର: ଗେଲ-ରୋହିତଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ,୨୬।୩: IPL 2025ର ପଞ୍ଚମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଚମତ୍କାର ପ୍ରଦର୍ଶନ କରିଛି। ଶ୍ରେୟସ ଆୟାରଙ୍କ ଅଧିନାୟକତ୍ୱରେ ପଞ୍ଜାବ ଏକ ରୋମାଞ୍ଚକର ମ୍ୟାଚ୍‌ରେ ଗୁଜରାଟ ଟାଇଟାନ୍ସକୁ...

IPL ପାଇଁ ଫସିଲା ଟିମ୍‌ ଇଣ୍ଡିଆ, ଫାଇନାଲ ୪ ଦିନ ପରେ…

ନୂଆଦିଲ୍ଲୀ,୨୫।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୫ ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତ କରିବାକୁ ପଡିବ, ଯେଉଁଠାରେ ଏହାକୁ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ...

କିଏ ସେହି Priyansh Arya? ଗମ୍ଭୀରଙ୍କ ଗୁରୁଙ୍କଠାରୁ ନେଇଛନ୍ତି ଟ୍ରେନିଂ, ୪୩ ଛକା ମାରି ପକାଇଥିଲେ ଚହଳ; ଏବେ କଲେ IPL ଡେବ୍ୟୁ

ନୂଆଦିଲ୍ଲୀ,୨୫।୩: IPL ୨୦୨୫ ରେ ନିଜର ପ୍ରଥମ ମ୍ୟାଚ୍‌ରେ, ପଞ୍ଜାବ କଙ୍ଗ୍ସ ଦିଲ୍ଲୀ ପ୍ରିମିୟର ଲିଗରେ ବିସ୍ଫୋରକ ବ୍ୟାଟିଂ କରି ଚହଳ ପକାଇଥିବା ଜଣେ ଖେଳାଳିଙ୍କୁ...

ଦିଲ୍ଲୀଠାରୁ ହାରିଯିବା ପରେ ପନ୍ତଙ୍କ ସହ ହୋଇଥିଲା କି ପ୍ରବଳ ଯୁକ୍ତିତର୍କ? ଲକ୍ଷ୍ନୌ ମାଲିକ କହିଲେ ସତ… 

ନୂଆଦିଲ୍ଲୀ,୨୫।୩: ଦିଲ୍ଲୀ କ୍ୟାପିଟାଲ୍ସ ସୋମବାର ଆଶୁତୋଷ ଶର୍ମାଙ୍କ ଚମତ୍କାର ଇନିଂସ ବଦଳରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସକୁ ଗୋଟିଏ ଉଇକେଟରେ ପରାସ୍ତ କରିଥିଲା। ଲକ୍ଷ୍ନୌ ଅଧିନାୟକ ପନ୍ତଙ୍କ ପାଇଁ...

MS Dhoniଙ୍କ ବୟାନକୁ ନେଇ କ୍ରିକଟେ ଜଗତରେ ହଇଚଇ

ନୂଆଦିଲ୍ଲୀ,୨୫।୩: ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୫ଥର ଚାମ୍ପିୟନ କରିଥିବା ଏମଏସ ଧୋନି ଇମ୍ପାକ୍ଟ ପ୍ଲେୟାର ନିୟମ ଉପରେ ଖୋଲାଖୋଲି ଭାବରେ ନିଜର ମତାମତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image