Categories: ଜାତୀୟ

ର଼୍ୟାନ୍‌ ସ୍କୁଲ୍‌ ଛାତ୍ର ହତ୍ୟା ମାମଲା: ୫ ବର୍ଷ ପରେ ଅଭିଯୁକ୍ତଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ନୂଆଦିଲ୍ଲୀ,୨୦।୧୦: ଗୁରୁଗ୍ରାମର ର଼୍ୟାନ୍‌ ଇଣ୍ଟରନ୍ୟାଶନାଲସ୍କୁଲ୍‌ର ଜଣେ ୭ ବର୍ଷର ଛାତ୍ରଙ୍କୁ ୨୦୧୭ରେ ଗଳାକାଟି ହତ୍ୟା କରାଯାଇଥିଲା। ହତ୍ୟାକାରୀଙ୍କୁ ସେତିକିବେଳେ ୧୬ ବର୍ଷ ହୋଇଥିଲା। ଜଣେ ସାବାଳକ ଅଭିଯୁକ୍ତ ଭାବେ ତାଙ୍କ ନାମରେ ମାମଲା ଚାଲିବ ବୋଲି ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ସେହି ସମୟରେ କହିଥିଲେ। ୫ ବର୍ଷ ଜେଲରେ ରହିବା ପରେ ସୁପ୍ରିମକୋର୍ଟ ଗୁରୁବାର ଅଭିଯୁକ୍ତଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ୨୦୧୭ ସେପ୍ଟେମ୍ବର ୮ରେ ଦ୍ୱିତୀୟ ଶ୍ରେଣୀ ଛାତ୍ର ପ୍ରଦ୍ୟୁମ୍ନଙ୍କୁ ସ୍କୁଲ୍‌ ଓ୍ବାଶ୍‌ରୁମ୍‌ରେ ହତ୍ୟା କରାଯିବା ଘଟଣା ସେତେବେଳେ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା।

ବିଚାର ଶେଷ ହେବା ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ହାଜତରେ ରଖିବା ତାଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ଜଷ୍ଟିସ ଦିନେଶ ମାହେଶ୍ୱରୀ ଏବଂ ଜେ.କେ. ମାହେଶ୍ୱରୀଙ୍କ ଖଣ୍ଡପୀଠ କହିଛନ୍ତି। ଗୁରୁଗ୍ରାମର ସେସନ୍ସ ଜଜ୍‌ ତାଙ୍କୁ ସର୍ତ୍ତମୂଳକ ଜାମିନରେ ଛାଡ଼ିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Share