Categories: ଜାତୀୟ

ରାଜ୍ୟ ସଭା ପାଇଁ ନିର୍ବିରୋଧରେ ନିର୍ବାଚିତ ହେବେ ଜୟଶଙ୍କର, ଡେରେକ ବ୍ରାୟନଙ୍କ ସମେତ ୧୧ ଜଣ

ନୂଆଦିଲ୍ଲୀ,୧୭।୭: ଚଳିତ ମାସରେ ହେବାକୁ ଯାଉଥିବା ରାଜ୍ୟ ସଭା ନିର୍ବାଚନରେ ୧୧ ଜଣ ପ୍ରାର୍ଥୀ ନିର୍ବିରୋଧରେ ନିର୍ବାଚିତ ହେବେ। ଏମାନଙ୍କ ମଧ୍ୟରେ ରହିଛନ୍ତି ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଓ ତ୍ରୁଣ ମୂଳ କଂଗ୍ରେସର ଡେରେକ ଓ ବ୍ରାୟନ। ୧୧ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୬ ଟିଏମସି ଏବଂ ୫ଜଣ ଭାଜପାରୁ ଆସିଛନ୍ତି। ଏହା ସହ ଭାଜପା ରାଜ୍ୟ ସଭାରେ ଆଉ ଗୋଟିଏ ଆସନ ଜିତିଛି, ଏହାର ୯୩ ସଦସ୍ୟ ଅଛନ୍ତି।
ଜୁଲାଇ୨୪ରେ ପଶ୍ଚିମବଙ୍ଗର ୬ଟି ରାଜ୍ୟ ସଭା ଆସନ, ଗୁଜୁରାଟରେ ତିନୋଟି ଏବଂ ଗୋଆରେ ଗୋଟିଏ ଆସନ ଲାଗି ଭୋଟିଂ ହେବାର ଥିଲା, କିନ୍ତୁ ବର୍ତ୍ତମାନ ଭୋଟ ଗ୍ରହଣ ହେବ ନାହିଁ। ୩ଜଣ ଟିଏମସି ପ୍ରାର୍ଥୀ ଏବଂ ଭାଜପାର ୫ ଜଣ ପ୍ରାର୍ଥୀ ବିନା ନିର୍ବାଚନରେ ନିର୍ବାଚିତ ହେବେ। ଡେରେକ ଓ ବ୍ରାୟନଙ୍କ ବ୍ୟତୀତ ନିର୍ବିରୋଧରେ ନିର୍ବାଚିତ ଟିଏମସି ନେତାମାନେ ହେଲେ ସୁଖେନ୍ଦୁ ଶେଖର ରୟ, ଡୋଲା ସେନ, ସାକେତ ଗୋଖଲେ, ସମୀରୁଲ ଇସଲାମ ଏବଂ ପ୍ରକାଶ ବାରିକ। ବର୍ତ୍ତମାନ ଉପର ଗୃହରେ ଭାଜପା ଏବଂ ସହଯୋଗୀ ଦଳର ମୋଟ ଆସନ ୧୦୫ କୁ ବୃଦ୍ଧି ପାଇଥିବାବେଳେ କଂଗ୍ରେସର ଗୋଟିଏ ଆସନ ହ୍ରାସ ପାଇଛି।

Share