Categories: ଜାତୀୟ

ଖଲିସ୍ତାନର ଧମକପୂର୍ଣ୍ଣ ପୋଷ୍ଟରକୁ ନେଇ ଚେତାବନୀ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ,୩।୭: ଖଲିସ୍ତାନ ସମର୍ଥକଙ୍କୁ ନେଇ ପୁଣି ବିବାଦ ମୁଣ୍ଡ ଟେକିଛି। ଖାଲିସ୍ତାନ ସମର୍ଥକମାନେ କାନାଡାରେ ଭାରତୀୟ କୂଟନୀତିଜ୍ଞଙ୍କୁ ଧମକ ଦେଇଛନ୍ତି। ସୋସିଆଲ ମିଡିଆରେ ଏହାର ଏକ ପୋଷ୍ଟର ଭାଇରାଲ ହୋଇଛି। ଏଥିରେ ଜୁଲାଇ ୮ରେ ଖାଲିସ୍ତାନୀ ରାଲି କରିବା ନେଇ ମଧ୍ୟ ଆଲୋଚନା କରାଯାଇଛି। ଏହି ବିପଦକୁ ଦେଖି ଭାରତ ଚେତାବନୀ ଦେଇଛି ଯେ ଯଦି କୌଣସି ଦେଶ ଖାଲିସ୍ତାନୀମାନଙ୍କୁ ସ୍ଥାନ ଦିଅନ୍ତି, ତେବେ ଏହା ଆମ ସମ୍ପର୍କକୁ ସିଧାସଳଖ ପ୍ରଭାବିତ କରିବ।

ପୋଷ୍ଟରରେ ଥିବା ଭାରତୀୟ କୂଟନୀତିଜ୍ଞଙ୍କ ନାମକୁ ନେଇ ବର୍ହିବ୍ୟାପାର ମନ୍ତ୍ରୀ ଡ. ଏସ ଜୟଶଙ୍କର କହିଛନ୍ତି ଯେ କାନାଡା, ଆମେରିକା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ଭଳି ଆମର ସହଯୋଗୀମାନଙ୍କୁ ଖଲିସ୍ତାନକୁ ସ୍ଥାନ ନ ଦେବାକୁ ଅନୁରୋଧ କରିଛୁ। ସେ କହିଛନ୍ତି ଯେ ଯଦିଓ କୌଣସି ଦେଶ ଏହି ଖାଲିସ୍ତାନୀମାନଙ୍କୁ ଆଶ୍ରୟ ଦିଅନ୍ତି, ତେବେ ଏହା ସିଧାସଳଖ ଆମ ସମ୍ପର୍କ ଉପରେ ପ୍ରଭାବ ପକାଇବ। ସେ ଆହୁରି ମଧ୍ୟ କହିଛନ୍ତି, ଓଟାୱା ଏବଂ କାନାଡା ସରକାରଙ୍କ ଆଗରେ ସେ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପୋଷ୍ଟର ପ୍ରସଙ୍ଗ ଉଠାଇବେ।
ସୂଚନାଯୋଗ୍ୟ, ଏବେ ସୋସିଆଲ ମିଡିଆରେ ଏକ ପୋଷ୍ଟର ଭାଇରାଲ ହେବାରେ ଲାଗିଛି। ପୋଷ୍ଟରରେ ଖାଲିସ୍ତାନ ସମର୍ଥକ ତଥା ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜାରଙ୍କୁ ‘ଶହୀଦ’ ବୋଲି ବର୍ଣ୍ଣନା କରାଯାଇଛି। ଏଥି ସହିତ ଦୁଇ ଭାରତୀୟ କୂଟନୀତିଜ୍ଞଙ୍କୁ ‘ହତ୍ୟାକାରୀ’ ବୋଲି କୁହାଯାଉଛି। ଏହି ପୋଷ୍ଟରରେ ଓଟାଓ୍ବାରେ ଭାରତର ହାଇ କମିଶନର ସଞ୍ଜୟ କୁମାର ବର୍ମା ଏବଂ ଟରୋଣ୍ଟୋରେ ଥିବା କନସୁଲ ଜେନେରାଲ ଅପୂର୍ବା ଶ୍ରୀବାସ୍ତବଙ୍କୁ ଧମକ ଦିଆଯାଇଛି। ଏଥିସହ ଜୁଲାଇ ୮ରେ ରାତି ୧୨ଟା ୩୦ରେ ଏକ ରାଲି ବିଷୟରେ ଆଲୋଚନା ହେଉଛି। ଏହାକୁ ’ଖାଲିସ୍ତାନ ଫ୍ରିଡମ ରାଲି’ କୁହାଯାଉଛି। ପୋଷ୍ଟର ଅନୁଯାୟୀ ଏହା ମହାନ ପଞ୍ଜାବ ବ୍ୟବସାୟ କେନ୍ଦ୍ରରୁ ଆରମ୍ଭ ହୋଇ ଭାରତୀୟ ଦୂତାବାସ ପର୍ଯ୍ୟନ୍ତ ଯିବ। ଦୁଇଟି ମୋବାଇଲ ନମ୍ବର ମଧ୍ୟ ପୋଷ୍ଟରର ତଳେ ଲେଖାଯାଇଛ।

Share