ଗଗଲ୍ସ ପିନ୍ଧି ସ୍ବିଡେନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର, ଫଟୋ ଭାଇରାଲ

ଷ୍ଟକହୋମ,୧୫।୫: ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୂଚନାଯୋଗ୍ୟ, ରବିବାର ଜୟଶଙ୍କର ସ୍ବିଡେନର ପ୍ରତିରକ୍ଷା ମନ୍ତ୍ରୀ ପୈଲ ଜନସନଙ୍କୁ ସାକ୍ଷାତ୍‌ କରିଥିଲେ। ଏଠାରେ ଦୁଇ ନେତାଙ୍କ ମଧ୍ୟରେ ଆଞ୍ଚଳିକ ଓ ବିଶ୍ୱ ସ୍ତରର ସୁରକ୍ଷାକୁ ନେଇ ଆଲୋଚନା ହୋଇଥିଲା। ଏହାପରେ ଜୟଶଙ୍କର ଜନସନଙ୍କ ସହ ଫଟୋ ବି ଉଠାଇଥିଲେ ଆଉ ଏହି ଫଟୋକୁ ଟୁଇଟରରେ ପୋଷ୍ଟ କରିଥିଲେ। ୟୁଜର୍ସ ଫଟୋରେ ଜୟଶଙ୍କରଙ୍କର ଗେଟଅପକୁ ଦେଖି ତାଙ୍କ ଚଷମା ଆଡକୁ ଧ୍ୟାନ ଆକର୍ଷଣ କରି କିଛି କମେଣ୍ଟ ମଧ୍ୟ କରିଛନ୍ତି।
ଜଣେ ୟୁଜର ଲେଖିଛନ୍ତି, ସାର ଚଷମା ବଡ ସେକ୍ସି ଲାଗୁଛି ସାର କେଉଁଠୁ ଆଣିଛନ୍ତି। ଆଉ ଜଣେ ୟୁଜର ଜୟଶଙ୍କରଙ୍କୁ ଷ୍ଟାଇଲିଷ୍ଟ, ରକଷ୍ଟାର ଓ ଭାରତର ସୁପରଷ୍ଟାର ବୋଲି କହିଦେଇଛନ୍ତି। ଆଉ ଜଣେ ଲେଖିଛନ୍ତି, ଭଲ ଚଷମା ସାର, ଏବେ ମୋଦିଜୀଙ୍କ ପ୍ରଭାବ ଆପଣଙ୍କ ଡ୍ରେସିଂ ଷ୍ଟାଇଲରେ ଦେଖିବାକୁ ମିଳିଲାଣି।

Share