ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ଲାଭ୍ରୋଭଙ୍କୁ ଭେଟିଲେ ଜୟଶଙ୍କର, ୟୁକ୍ରେନ ସଙ୍କଟ-ଅର୍ଥନୈତିକ ଉପରେ କଲେ ଆଲୋଚନା

ଜାକର୍ତ୍ତା,୧୩।୭: ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଗୁରୁବାର ଇଣ୍ଡୋନେସିଆର ଜାକର୍ତ୍ତାରେ ରୁଷିଆର ପ୍ରତିପକ୍ଷ ସର୍ଗେଇ ଲାଭ୍ରୋଭଙ୍କୁ ଭେଟିଛନ୍ତି। ଏଠାରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ ବୈଠକରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଜୟଶଙ୍କର ଟୁଇଟ କରି କହିଛନ୍ତି ଯେ, ତାଙ୍କ ସହ ଲାଭ୍ରୋଭଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଅର୍ଥନୈତିକ ଏବଂ ୟୁକ୍ରେନ ସଙ୍କଟ ସହ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି।

ଜୟଶଙ୍କର ଗୁରୁବାର ଏସିଆନ ଦେଶରୁ ଆସିଥିବା ପ୍ରତିପକ୍ଷଙ୍କ ସହ ବୈଠକ କରିଛନ୍ତି ଏବଂ ଫିନଟେକଠାରୁ ଆରମ୍ଭ କରି ଖାଦ୍ୟ କ୍ଷେତ୍ରରେ ସହଯୋଗ ଏବଂ ନୌସେନା ପ୍ରସଙ୍ଗର ଅଗ୍ରଗତି ବିଷୟରେ ଆଲୋଚନା କରିଛନ୍ତି।

Share