Categories: ଜାତୀୟ

୨ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ୩ଘଣ୍ଟା ଧରି ଚାଲିଲା ଆଲୋଚନା

ନୂଆଦିଲ୍ଲୀ,୨୫।୩: ଚାଇନା ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ୍‌ ୟିଙ୍କୁ ଶୁକ୍ରବାର ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଭେଟିଛନ୍ତି। ୨ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ୩ଘଣ୍ଟା ଧରି ଆଲୋଚନା ହୋଇଥିଲା। ଏହି ସାକ୍ଷାତକାରରେ ପୂର୍ବ ଲଦାଖ ବିବାଦ ଏବଂ ୟୁକ୍ରେନ ସଙ୍କଟରୁ ଦେଖାଦେଇଥିବା ଭୂ-ରାଜନୈତିକ ଅଶାନ୍ତି ସମେତ ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏତଦ୍‌ ବ୍ୟତୀତ ଏହି ଦ୍ୱିପାକ୍ଷିକ ଆଲୋଚନାରେ କଶ୍ମୀର ସମ୍ବନ୍ଧରେ ୱାଙ୍ଗ ୟି ଦେଇଥିବା ବିବୃତ୍ତି ଉପରେ ଏସ୍‌ ଜୟଶଙ୍କର ଆପତ୍ତି ଉଠାଇଛନ୍ତି।

 

Share