ଓ୍ବାଶିଂଟନ୍,୨୯।୯: ନିକଟରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜରଙ୍କ ହତ୍ୟାରେ ଭାରତର ସମ୍ପୃକ୍ତ ଥିବା ଅଭିଯୋଗ ଆଣିଥିଲେ। ଏହି ପ୍ରସଙ୍ଗକୁ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ତେବେ ଟ୍ରୁଡୋଙ୍କ ଅଭିଯୋଗକୁ ଭିତ୍ତିହୀନ ତଥା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଭାରତ ପ୍ରତ୍ୟାଖ୍ୟାନ କରିଛି।
ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକୁ ନେଇ ଭାରତ-କାନାଡା ବିବାଦ ମଧ୍ୟରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଭେଟିଛନ୍ତି। ଉଭୟ ନେତା ୱାଶିଂଟନରେ ଏକ ବୈଠକ କରିଛନ୍ତି। ତେବେ ଭାରତ କାନାଡା ବିବାଦ ଏଥିରେ ଆଲୋଚନା ହୋଇଛି କି ନାହିଁ ତାହା ଉପରେ କେହି କିଛି କହିବାକୁ ମନା କରି ନାହାଁନ୍ତି। ଉଭୟ ଦେଶର ବରିଷ୍ଠ ମନ୍ତ୍ରୀଙ୍କ ଏହି ବୈଠକ ବିଶ୍ୱ ଦୃଷ୍ଟିକୋଣରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଆଜିକାଲି ଜୟଶଙ୍କର ଆମେରିକାର ପାଞ୍ଚ ଦିନିଆ ଗସ୍ତରେ ଅଛନ୍ତି।