Categories: ଜାତୀୟ

କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୮ ଭାରତୀୟଙ୍କ ପରିବାରକୁ ଭେଟିଲେ ଏସ ଜୟଶଙ୍କର

ନୂଆଦିଲ୍ଲୀ,୩୦।୧୦: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୋମବାର କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତୀୟ ନୌସେନାର ପୂର୍ବତନ ଆଠଜଣ କର୍ମଚାରୀଙ୍କ ପରିବାରକୁ ଭେଟିଛନ୍ତି। ଭାରତ ସେମାନଙ୍କ ମୁକ୍ତିକୁ ନିଶ୍ଚିତ କରିବା ପାଇଁ ସମସ୍ତ ଉଦ୍ୟମ ଜାରି ରଖିବ ଜୟଶଙ୍କର କହିଛନ୍ତି।
ସୂତ୍ରରୁ ପ୍ରକାଶ ଯେ, କତାର କୋର୍ଟ ଜଣେ ପୂର୍ବତନ ଭାରତୀୟ ନୌସେନାର ୮ ଜଣ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ ଦେବାର ଗୋଟିଏ ଦିନ ପରେ ଭାରତ ଏହି ନିଷ୍ପତ୍ତି ବିରୋଧରେ ଆବେଦନ କରିବା ସମେତ ବିଭିନ୍ନ ବିକଳ୍ପ ଉପରେ ବିଚାର କରୁଛି। ଭାରତ ଏପର୍ଯ୍ୟନ୍ତ କତାର କୋର୍ଟର ନିଷ୍ପତ୍ତିର କପି ପାଇନାହିଁ। କୋର୍ଟଙ୍କ ନିଷ୍ପତ୍ତି ଉପରେ କତାର ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ।
ଏସ ଜୟଶଙ୍କର ସୋସିଆଲ ମିଡିଆରେ କହିଛନ୍ତି, ଆଜି ସକାଳେ କତାରରେ ବନ୍ଦୀ ହୋଇଥିବା ୮ ଜଣ ଭାରତୀୟଙ୍କ ପରିବାରକୁ ଭେଟିଛି। ଏହି ମାମଲାରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ପରିବାରର ଚିନ୍ତା ଏବଂ ଯନ୍ତ୍ରଣା ବାଣ୍ଟିଥିଲେ। ପରିବାରମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲା। ସରକାର ସେମାନଙ୍କ ମୁକ୍ତି ପାଇଁ ସମସ୍ତ ଉଦ୍ୟମ ଜାରି ରଖିବେ ଏବଂ ସେହି ପରିପ୍ରେକ୍ଷୀରେ ପରିବାରମାନଙ୍କ ସହିତ ସମନ୍ମୟ ରକ୍ଷା କରିବେ।

Share