ଚାଇନା ସହିତ ସମ୍ପର୍କ ଖରାପ ହେବାର କାରଣ କହିଲେ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ,୨୯ା୪: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଚାଇନା ସହ ଭାରତର ସମ୍ପର୍କ ବିଗିଡ଼ିବା ନେଇ ଏକ କଥା କହିଛନ୍ତି। ସେ କହିଛନ୍ତି, ଭାରତ ସମସ୍ତ ଦେଶ ସହ ସମ୍ପର୍କ ବଢ଼ାଇ ଚାଲିଥିବା ବେଳେ ଚାଇନା ସହ ସମ୍ପର୍କ ଏକ ଭିନ୍ନ ବର୍ଗରେ ରହିଛି। କାରଣ ଚାଇନା ସୀମା ପରିଚାଳନା ଚୁକ୍ତିନାମା ଉଲ୍ଲଂଘନ କରୁଛି।

କୂଟନୈତିକ ବିଦ୍ୟାଳୟର ଯୁବକମାନଙ୍କୁ ସମ୍ବୋଧିତ କରି ଜୟଶଙ୍କର ଡୋମିନିକାନ ରିପବ୍ଲିକରେ ତାଙ୍କର ପ୍ରଥମ ସରକାରୀ ଗସ୍ତରେ ସାଣ୍ଟୋ ଡୋମିଙ୍ଗୋରେ ପହଞ୍ଚିଥିବା କହିଛନ୍ତି। ସେ ଏହି ଅଞ୍ଚଳରେ ସଂଯୋଗ, ଯୋଗାଯୋଗ ଏବଂ ସହଯୋଗରେ ଭାରତର ପ୍ରସାର ଦେଖିବାକୁ ମିଳିଛି। ତେବେ ସୀମା ଆତଙ୍କବାଦ ଯୋଗୁ ପାକିସ୍ତାନ ଏକ ବ୍ୟତିକ୍ରମ ହେବ ବୋଲି ସେ କହିଛନ୍ତି।

ଜୟଶଙ୍କର କହିଛନ୍ତି, ଆମେରିକା, ୟୁରୋପ, ରୁଷିଆ କିମ୍ବା ଜାପାନ ସହ ସମ୍ପର୍କ ବଢ଼ିବ। ମାତ୍ର ସୀମା ବିବାଦ ଯୋଗୁ ଚାଇନା ସହ ସମ୍ପର୍କ ଭଲ ନାହିଁ। ଚାଇନା ସୈନ୍ୟମାନେ ଏହାକୁ ଉଲ୍ଲଂଘନ କରି ପୂର୍ବ ଲଦାଖରେ ଏହାର ଆକ୍ରମଣାତ୍ମକ ମନୋଭାବକୁ ଭାରତ ସମାଲୋଚନା କରୁଛି।

Share