Categories: ଜାତୀୟ

ରାଜ୍ୟ ସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ଏସ. ଜୟଶଙ୍କର

ନୂଆଦିଲ୍ଲୀ,୯।୭: ଗୁଜରାଟ ରାଜ୍ୟ ସଭା ନିର୍ବାଚନ ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ନାମାଙ୍କନ ପତ୍ର ଦାଖଲ କରିବେ। ସେ ଜୁଲାଇ ୧୦ରେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ଚଳିତ ମାସରେ ମୋଟ ୧୦ଟି ରାଜ୍ୟ ସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଗୁଜରାଟରେ ତିନୋଟି ସିଟ ଅନ୍ତର୍ଭୁକ୍ତ। ସୋମବାର ଦ୍ୱିପ୍ରହରରେ ଏହି ଆସନ ମଧ୍ୟରୁ ଗୋଟିଏ ପାଇଁ ଜୟଶଙ୍କର ନାମାଙ୍କନ ଦାଖଲ କରିବେ। ତାଙ୍କର ରାଜ୍ୟ ସଭା କାର୍ଯ୍ୟକାଳ ଅଗଷ୍ଟରେ ଶେଷ ହେବ।
ସୂଚନାଯୋଗ୍ୟ,ଦେଶର ତିନୋଟି ରାଜ୍ୟ ଗୁଜୁରାଟ, ଗୋଆ ଏବଂ ପଶ୍ଚିମବଙ୍ଗରେ ମୋଟ ୧୦ଟି ରାଜ୍ୟ ସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗରେ ୬ଟି ରାଜ୍ୟ ସଭା ଆସନ, ଗୋଆରେ ୧ ଏବଂ ଗୁଜରାଟରେ ୩ଟି ଆସନ ପାଇଁ ର୍ନିବାଚନ ଅନୁଷ୍ଠିତ ହେବ। ରାଜ୍ୟ ସଭା ନିର୍ବାଚନରେ ହାଜର ହେବାକୁ ପ୍ରାର୍ଥୀମାନେ ଜୁଲାଇ ୧୩ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ ଏବଂ ଯଦି କେହି ତାଙ୍କ ନାମ ପ୍ରତ୍ୟାହାର କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ଜୁଲାଇ ୧୭ ପର୍ଯ୍ୟନ୍ତ ସମୟ ମିଳିବ। ଜୁଲାଇ ୬ରେ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା। ଏହା ପରେ ଜୁଲାଇ ୨୪ରେ ମତଦାନ ଅନୁଷ୍ଠିତ ହେବ ଏବଂ ସେହି ଦିନ ଭୋଟ ଗଣନା ମଧ୍ୟ କରାଯିବ।

Share