ଆଇସିୟୁରେ ଗାୟକ ବାଲସୁବ୍ରମଣ୍ୟମ

ଚେନ୍ନାଇ,୧୪।୮: ଗାୟକ ତଥା ଅଭିନେତା ଏସ୍‌ ପି ବାଲାସୁବ୍ରମଣ୍ୟମଙ୍କ ସ୍ବାସ୍ଥାବସ୍ଥା ଧୀରେ ଧୀରେ ବିଗିଡିବାରେ ଲାଗିଛି। ଚଳିତମାସ ଆରମ୍ଭରେ ସେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେବା ପରେ ତାଙ୍କୁ ଚେନ୍ନାଇର ଏମ୍‌ଜିଏମ୍‌ ହେଲ୍‌ଥ କେୟାର ସେଣ୍ଟରେ ଭର୍ତ୍ତି କରାଯାଇଥିଲା। ବେଳକୁ ବେଳ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ଶୁକ୍ରବାର ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏବେ ସେ ଲାଇଫ୍‌ ସପୋର୍ଟରେ ଥିବା ଡାକ୍ତର କହିଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ୫ରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଚିକିତ୍ସା ସତ୍ତ୍ୱେ ଅଗଷ୍ଟ ୧୩ରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାକୁ ଲାଗିଥିଲା। କିଛିଦିନ ତଳେ ସେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି କରୋନାରେ ପୀଡ଼ିତ ଥିବା କଥା ଜଣାଇଥିଲେ। ଏହା ସାଧାରଣ ହୋଇଥିବାରୁ ଖୁବ୍‌ଶୀଘ୍ର ସେ ହସ୍ପିଟାଲରୁ ଘରକୁ ଯାଇ ଆଇସୋଲେଶନରେ ରହିବେ ବୋଲି କହିଥିଲେ।

Share