Categories: ଖେଳ

ଟି ୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଘୋଷଣା କଲା ପାକିସ୍ତାନ, ୨ ବଡ଼ ଖେଳାଳିଙ୍କୁ ବାହାର କଲେ ବାବର ଆଜମ୍‌

ଇସଲାମାବାଦ,୨୪।୫: ଟି -୨୦ ବିଶ୍ୱକପ ପାଇଁ ପାକିସ୍ତାନ ଦଳ ଘୋଷଣା କରାଯାଇଛି। ୧୫ ସଦସ୍ୟ ବିଶିଷ୍ଟ ଦଳରେ ପାକିସ୍ତାନ ଶକ୍ତିଶାଳୀ ବ୍ୟାଟ୍ସମ୍ୟାନ ତଥା ଚମତ୍କାର ବୋଲରଙ୍କୁ ଚୟନ କରିଛି। କିନ୍ତୁ ଦୁଇ ବଡ ଖେଳାଳି ଦଳରେ ସ୍ଥାନ ପାଇ ନାହାନ୍ତି। ଏହି ଦଳରେ ବାବର ଆଜାମଙ୍କୁ ପାକିସ୍ତାନର ଟି -୨୦ ଦଳର ଅଧିନାୟକ କରାଯାଇଛି। ଦୀର୍ଘ ଦିନ ଧରି ଆଘାତ ସମସ୍ୟା ସହ ସଂଘର୍ଷ କରୁଥିବା ହରିସ ରାଉଫ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି। ବଡ ଖବର ହେଉଛି ଦ୍ରୁତ ବୋଲର ହାସନ ଅଲିଙ୍କୁ ଏହି ଦଳରେ ଚୟନ କରାଯାଇ ନାହିଁ। ଏହାଛଡ଼ା ସଲମାନ ଆଗା ମଧ୍ୟ ଟି -୨୦ ବିଶ୍ୱକପ ଦଳରେ ନାହାନ୍ତି।
ଟି -୨୦ ବିଶ୍ୱକପ ପାଇଁ ପାକିସ୍ତାନୀ ଦଳ:
ବାବର ଆଜମ (ଅଧିନାୟକ), ଅବ୍‌ରାର ଅହମ୍ମଦ, ଆଜମ୍‌ ଖାନ୍‌, ଫଖର ଜମାନ, ହରିସ ରାଉଫ, ଇଫ୍ଟିଖର ଅହମ୍ମଦ, ଇମାଦ ୱାସିମ, ମହମ୍ମଦ ଅବ୍ବାସ ଆଫ୍ରିଦି, ମହମ୍ମଦ ଆମିର, ମହମ୍ମଦ ରିଜୱାନ, ନାସିମ ଶାହା, ସୟମ ଆୟୁବ, ଶାଦବ ଖାନ, ଶାହିନ ଶାହ ଆଫ୍ରିଦି ଏବଂ ଉସମାନ ଖାନ।
ତେବେ ଦଳ ପକ୍ଷରୁ କୌଣସି ରିଜର୍ଭ ଖେଳାଳି ଘୋଷଣା କରାଯାଇନାହିଁ। ଏନେଇ ଶୀଘ୍ର ଘୋଷଣା ହୋଇପାରେ।

Share