ଏସ୍‌. ସୁଶ୍ରୀ ମୟୂରଭଞ୍ଜ ଏସ୍‌ପି, ନବରଙ୍ଗପୁରର ରୋହିତ ବର୍ମା

ଭୁବନେଶ୍ୱର,୪ା୧୧(ଅନିଲ ଦାସ): ରାଜ୍ୟ ସରକାର ଆଇପିଏସ୍‌ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଏ ନେଇ ଶନିବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ମୟୂରଭଞ୍ଜ ଏସ୍‌ପି ତଥା ୨୦୧୧ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ବି. ଗଙ୍ଗାଧରଙ୍କୁ ରାଜ୍ୟ ସରକାର ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ନବରଙ୍ଗପୁର ଏସ୍‌ପି ୨୦୧୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଏସ୍‌. ସୁଶ୍ରୀଙ୍କୁ ମୟୂରଭଞ୍ଜ ଏସ୍‌ପି ଭାବେ ବଦଳି କରାଯାଇଛି। ୨୦୧୯ ବ୍ୟାଚ୍‌ ଆଇପିଏସ୍‌ ଅଫିସର ରୋହିତ ବର୍ମାଙ୍କୁ ନବରଙ୍ଗପୁର ଏସ୍‌ପି ଭାବେ ବଦଳି କରାଯାଇଛି।

Share