Categories: ଖେଳ

ଶ୍ରୀସନ୍ତଙ୍କ ନୂଆ ଇନିଂସ: ଏହି ଟିମ୍‌ର କୋଚ୍‌ ଭାବେ ହେଲେ ନିଯୁକ୍ତ

ଥିରୁବନନ୍ତପୁରମ୍‌,୨୬।୮: ଦୁଇଥର ବିଶ୍ୱ ଚାମ୍ପିଅନ ଭାରତୀୟ ଦଳର ସଦସ୍ୟ ଥିବା ୩୯ ବର୍ଷୀୟ ପୂର୍ବତନ ଦ୍ରୁତ ବୋଲର୍‌ ଏସ୍‌. ଶ୍ରୀସନ୍ତ କ୍ରିକେଟରୁ ବିଦାୟ ନେବା ପରେ କୋଚ୍‌ ଭାବେ ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଆବୁଧାବିରେ ଅନୁଷ୍ଠିତ ହେବାକୁ ଥିବା ଟି-୧୦ ଲିଗ୍‌ର ପଞ୍ଚମ ସିଜନରେ ବଙ୍ଗଳା ଟାଇଗର୍ସ ଦଳର ପରାମର୍ଶଦାତା ବା ପ୍ରଶିକ୍ଷକ ଭାବରେ ନଜର ଆସିବେ। କୋଚ୍‌ ଭୂମିକାରେ ଶ୍ରୀସନ୍ତଙ୍କ ଏହା ପ୍ରଥମ ଅଭିଜ୍ଞତା ହେବ।

ବାଲାଂଦେଶ ଟି୨୦ ଟିମ୍‌ର ଅଧିନାୟକ ଶାକିବ ଅଲ ହାସନଙ୍କୁ ବାଲାଂ ଟାଇଗର୍ସ ଦଳର ନୂତନ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ସେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ସ୍ଥାନ ନେବେ। ଦଳ ଡୁ ପ୍ଲେସିସ୍‌ଙ୍କ ଅଧିନାୟକତ୍ୱରେ ୧୦ ମ୍ୟାଚ୍‌ ମଧ୍ୟରୁ ୬ ଜିତି ତୃତୀୟ ସ୍ଥାନ ଅଧିକାର କରିଛି। ବାଲାଂଦେଶର ପୂର୍ବତନ ଅଲରାଉଣ୍ଡର ଆଫତାବ ଅହମ୍ମଦ ଦଳର କୋଚ୍‌ ହେବେ। ଶ୍ରୀସନ୍ତ ତାଙ୍କୁ ସମର୍ଥନ କରିବେ। ସେହିଭଳି ଦଳର ସହକାରୀ ପ୍ରଶିକ୍ଷକ ଭାବରେ ନଜମୁଲ ଆବେଦିନ ଫହିମଙ୍କୁ ନିଯୁକ୍ତ କରାଯାଇଛି।

ଭାରତ ପକ୍ଷରୁ ଶ୍ରୀସନ୍ତ ୨୭ ଟେଷ୍ଟ, ୫୩ ଦିନିକିଆ ଏବଂ ୧୦ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ସେ ବିବାଦରେ ଫସିବା ପରେ ଆଇପିଏଲ୍‌ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ତାଙ୍କୁ କେହି କିଣି ନ ଥିଲେ। ପରେ ସେ ବିଦେଶ ଲିଗ୍‌ରେ ଖେଳିବାକୁ ବିସିସିଆଇକୁ ଅନୁମତି ମାଗିଥିଲେ। ହେଲେ ବୋର୍ଡ ଅନୁମତି ଦେଇ ନ ଥିଲେ। ଶେଷରେ ସେ କୋଚିଂ ବାଟକୁ ବାଛିଛନ୍ତି।

Share