Categories: ଖେଳ

ପୂର୍ବତନ କ୍ରିକେଟର ଏସ ଶ୍ରୀସନ୍ତଙ୍କ ନାଁରେ ଠକେଇ ଅଭିଯୋଗ, ଲାଗିଲା ଧାରା ୪୨୦

ନୂଆଦିଲ୍ଲୀ,୨୩।୧୧: ପୂର୍ବତନ ଭାରତୀୟ କ୍ରିକେଟର ଏସ ଶ୍ରୀସାନ୍ତଙ୍କ ନାଁରେ ଠକେଇ ଅଭିଯୋଗରେ ମାମଲା ରୁଜୁ ହୋଇଛି। କ୍ରୀଡ଼ା ଏକାଡେମୀ ନିର୍ମାଣ କରିବା ପ୍ରତିଶୃତି ଦେଇ ଜଣେ ବ୍ୟକ୍ତିଙ୍କ ନିକଟରୁ ବିଭିନ୍ନ ସମୟରେ ୧୮.୭୦ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗରେ ଉତ୍ତର କେରଳାର ଏକ ଜିଲାରେ ମାମଲା ରୁଜୁ ହୋଇଛି।

ଅଭିଯୋଗ ଅନୁଯାୟୀ ରାଜୀବ କୁମାର ଏବଂ ଭେଙ୍କଟେଶ କିନି ନାମକ ବ୍ୟକ୍ତି ଏପ୍ରିଲ ୨୦୧୯ ଠାରୁ ବିଭିନ୍ନ ତାରିଖରେ ୧୮.୭୦ ଲକ୍ଷ ଟଙ୍କା ନେଇ କର୍ଣ୍ଣାଟକର କୋଲୁରରେ ଏକ କ୍ରୀଡ଼ା ଏକାଡେମୀ ନିର୍ମାଣ କରିବେ ବୋଲି ଜଣେ ବ୍ୟକ୍ତିଙ୍କୁ ପ୍ରତିଶୃତି ଦେଇଥିଲେ, ଯେଉଁମାନଙ୍କ ସହିତ ଶ୍ରୀସାନ୍ତ ମଧ୍ୟ ସହଯୋଗୀ ବ୍ୟବସାୟୀ ରହିଛନ୍ତି।

ତାଙ୍କ ଅଭିଯୋଗରେ ସରେଶ ଗୋପାଳ କହିଛନ୍ତି ଯେ ଏକାଡେମୀରେ ଅଂଶୀଦାର ହେବାର ସୁଯୋଗ ଆଶାରେ ସେ ଏହି ଟଙ୍କା ବିନିଯୋଗ କରିଛନ୍ତି। ଶ୍ରୀସାନ୍ତ ଏବଂ ତାଙ୍କର ଦୁଇ ସହଯୋଗୀଙ୍କ ବିରୋଧରେ ଆଇପିସି ୪୨୦ ଅନୁଯାୟୀ ମାମଲା ରୁଜୁ ହୋଇଛି।

Share