ରତ୍ନଭଣ୍ଡାରରେ ଅଛି କି ସାପ?: ଜାଣନ୍ତୁ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ କାହିଁକି କରାଯିବ ଲୋକନାଥଙ୍କ ପୂଜାର୍ଚ୍ଚନା

ଭୁବନେଶ୍ୱର,୧୨।୭: ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ପ୍ରଥମେ ଏକ ବୈଠକ ବସିବ।ପରେ କମିଟି ସଦସ୍ୟ ଭିତରକୁ ଯିବେ ।ମାତ୍ର  ଏହା ପୂର୍ବରୁ ଲୋକନାଥଙ୍କ ପୂଜା କରାଯିବ । ରତ୍ନଭଣ୍ଡାର ଅଳଙ୍କାର  ଲୋକନାଥ ଜଗିଥିବା ବେଳେ ସେଠାରୁ ସାପଙ୍କ ଗର୍ଜନ ଆସୁଥିବା ଲୋକେ କହୁଛନ୍ତି। ତେଣୁ ଲୋକନାଥଙ୍କୁ ଶାନ୍ତ କରିବା ପାଇଁ ଏହି ପୂଜା କରାଯିବ ବୋଲି କୁହାଯାଉଛି।  ସମସ୍ତ କମିଟି ସଦସ୍ୟ ସାତ୍ୱିକ ଭୋଜନ କରୁଛନ୍ତି। ସେବାୟତଙ୍କ ଡ୍ରେସରେ ଭିତରକୁ ଯିବେ ସଦସ୍ୟ । ଖୁବଶୀଘ୍ର ଏସଓପି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ରତ୍ନଭଣ୍ଡାର କମିଟି ସଦସ୍ୟ ରାଜୀବ ସାହୁ ଏହି ସୂଚନା ଦେଇଛନ୍ତି ।
ଏହି ସମୟରେ ସମସ୍ତ ଟିମର ସହଯୋଗ ନିଆଯିବ । ସ୍ନେକ ହେଲପ ଲାଇନର ମଧ୍ୟ ସହଯୋଗ ନିଆଯିବ । ସେହିପରି ରତ୍ନଭଣ୍ଡାର ଯିବା ପୂର୍ବରୁ ଆଲୋକୀକରଣ ବ୍ୟବସ୍ଥା କରାଯିବ । ଆଜି କିମ୍ବା ଶନିବାର ରତ୍ନଭଣ୍ଡାର ଖୋଲିବା ନେଇ ଏସ୍‌ଓପି ନିର୍ଦ୍ଧାରଣ କରାଯିବ । ଏ ନେଇ ସ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ବିଭିନ୍ନ ଦିଗରେ ଆଲୋଚନା ଚାଲିଛି । କାଲି ସରକାରଙ୍କ ନିଷ୍ପତି ନେଇ ସ୍ପଷ୍ଟ ହୋଇଯିବ।
Share