Categories: ଖେଳ

ଟସ୍‌ ଜିତିଲା ଆଫଗାନିସ୍ତାନ, ବ୍ୟାଟିଂ ନିଷ୍ପତ୍ତି …

ଅହମ୍ମଦାବାଦ,୧୦।୧୧: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପ ୨୦୨୩ର ୪୨ ତମ ମ୍ୟାଚ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି। ମ୍ୟାଚରେ ପ୍ରଥମେ ଟସ୍‌ ଜିତି ଆଫଗାନିସ୍ତାନ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଦକ୍ଷିଣ ଆଫ୍ରିକା ବୋଲିଂ କରିବାକୁ ପଡିଆକୁ ଓହ୍ଲାଇଛି।

ଦକ୍ଷିଣ ଆଫ୍ରିକା ଦଳ ସେମିଫାଇନାଲରେ ପ୍ରବେଶ କରିସାରିଛି। ତେବେ ଶେଷ ମ୍ୟାଚରେ ଭାରତ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏଥି ସହିତ ଆଫଗାନିସ୍ତାନ ଦଳ ସେମିଫାଇନାଲ ଦୌଡ଼ରୁ ବାହାରି ନାହାଁନ୍ତି, କିନ୍ତୁ ସମୀକରଣ ସେମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟକର। ଆଫଗାନିସ୍ତାନକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୩୮ କିମ୍ବା ଅଧିକ ରନ୍‌ରେ ଜିତିବାକୁ ପଡ଼ିବ।

Share