Posted inଜାତୀୟ

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଆସନରୁ ଏକନାଥଙ୍କର ହେବ ଛୁଟି!

ମୁମ୍ବାଇ,୨୬।୪: ମହାରାଷ୍ଟ୍ରର ଏକନାଥ ଶିନ୍ଦେ ସରକାରଙ୍କୁ ନେଇ କିଛିଦିନ ହେବ ଚର୍ଚ୍ଚା ଯୋର ଧରିଛି। ଇତିମଧ୍ୟରେ ଶିବାସନା(ୟୁବିଟି) ଏକ ବଡ ଦାବି କରିଛି। ଶିବସେନା (ୟୁବିଟି) ଦାବି କରିଛି କି ଭାରତୀୟ ଜନତା ପାର୍ଟି(ଭାଜପା) ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଇସ୍ତଫା ପତ୍ର ପ୍ରସ୍ତୁତ କରି ରଖିବାକୁ କହିଛନ୍ତି। ମୁଖପତ୍ର ’ସାମନା’ରେ ପ୍ରକାଶିତ ଏକ ସ୍ତମ୍ଭରେ କୁହାଯାଇଛି କି ଏଥିପାଇଁ ଶିନ୍ଦେ ଭାଜପା ଉପରେ ଅସନ୍ତୁଷ୍ଟ ଅଛନ୍ତି। ଆଉ ଶିନ୍ଦେ ରାଗିଯାଇ ଗାଁକୁ ପଳାଇ ଯାଇଥିବା ବେଳେ ସେଠାରେ ସେ ୩ ଦିନ ଛୁଟି କାଟିବେ ବୋଲି କୁହାଯାଉଛି।

ସାମନାରେ ଉଲ୍ଲେଖ କରାଯାଇଛି ମହାରାଷ୍ଟ୍ରରେ ରାଜନୈତିକ ହଲଚଲ ମଧ୍ୟରେ ଏନସିପି ନେତା ଅଜିତ ପାଓ୍ବାର କେତେଜଣ ବିଧାୟକଙ୍କ ସହ ଭାଜପାକୁ ସମର୍ଥନ ଦେବେ, ଏମିତି ଚର୍ଚ୍ଚା ଆରମ୍ଭ ହୋଇଛି। ହେଲେ ମିଡିଆ ସାମ୍ନାରେ ଅଜିତ ପାଓ୍ବାର ସ୍ପଷ୍ଟ କରିଥିଲେ କି ମୁଁ ସବୁବେଳ ଏନସିପିରେ ରହିବି ଓ ଶରଦ ପାଓ୍ବାରଙ୍କ ମାର୍ଗଦର୍ଶନରେ କାମ କରିବି। ଏସବୁ ଭିତରେ ଶିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ଆସନରୁ ହଟାଇବାକୁ ନେଇ ଦିଲ୍ଲୀରେ ଚର୍ଚ୍ଚା ହେଉଥିଲା। ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ୩ ଦିନ ପାଇଁ ଗାଁକୁ ଚାଲି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶହଶହ କିଲୋମିଟର ବିଛାଯାଇଥିବା ରେଳ ଧାରଣାରେ ନଟବୋଲ୍ଟ ଢିଲା ହୋଇଗଲେ କିଏ କରେ ଟାଇଟ୍‌?

ନୂଆଦିଲ୍ଲୀ,୨୦।୩: ଭାରତରେ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ଏହି ଟ୍ରେନଗୁଡ଼ିକ ଦିନରାତି ଟ୍ରାକ ଉପରେ ଚାଲି ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ଗୋଟିଏ ସ୍ଥାନରୁ...

ଭାଜପାରେ ଦେଶର ସବୁଠୁ ଧନୀ, ଗରିବ ବିଧାୟକ

ନୂଆଦିଲ୍ଲୀ,୨୦ା୩: ଭାଜପାରେ ଅଛନ୍ତି ଦେଶର ସବୁଠୁ ଧନୀ ଏବଂ ଗରିବ ବିଧାୟକ। ମହାରାଷ୍ଟ୍ରର ଘଟକୋପର ପୂର୍ବ ଆସନରେ ଭାଜପା ଟିକେଟ୍‌ରେ ବିଜୟୀ ହୋଇଥିବା ପରାଗ ଶାହା...

ପ୍ରେମିକଙ୍କ ସହ ରଚିଲେ ଷଡଯନ୍ତ୍ର, ସ୍ବାମୀଙ୍କ ମୃତଦେହ ଖଣ୍ଡ ଖଣ୍ଡ କରି ପ୍ଲାଷ୍ଟିକ୍‌ ଡ୍ରମ୍‌ରେ ପ୍ଲାଷ୍ଟର କଲେ

ମିରଟ,୨୦ା୩ଜଣେ ମହିଳା ନିଜ ପ୍ରେମିକଙ୍କ ସହ ମିଶି ଲଣ୍ଡନଫେରନ୍ତା ସ୍ବାମୀଙ୍କୁ ହତ୍ୟା କରିଛନ୍ତି। ଏତିକି ନୁହେଁ, ସେ ନିଜ ଦୋଷ ଲୁଚାଇବା ପାଇଁ ସ୍ବାମୀଙ୍କ ମୃତଦେହକୁ...

ରାସନ କାର୍ଡର ହେଉଛି ଅପବ୍ୟବହାର, ଏହା ଏବେ ଏକ “ଲୋକପ୍ରିୟତା କାର୍ଡ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୩: ରାସନ କାର୍ଡଗୁଡ଼ିକ ଏକ “ଲୋକପ୍ରିୟତା କାର୍ଡ” ପାଲଟିଛି ବୋଲି କହି ସୁପ୍ରିମକୋର୍ଟ ବୁଧବାର ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଯେ ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ...

ବରିଷ୍ଠ ନାଗରିକଙ୍କୁ ବଡ଼ କ୍ଷମତା ଦେଲେ ହାଇକୋର୍ଟ: ଦେଖାଶୁଣା ନ କଲେ ରଦ୍ଦହେବ ଦାନପତ୍ର

ନୂଆଦିଲ୍ଲୀ,୧୯ା୩: ସନ୍ତାନ ସନ୍ତତି କିମ୍ବା ନିକଟ ସମ୍ପର୍କୀୟ ଦେଖାଶୁଣା ନ କଲେ ବରିଷ୍ଠ ନାଗରିକମାନେ ପୂର୍ବ ସମ୍ପାଦିତ ଦାନପତ୍ରକୁ ରଦ୍ଦ କରିପାରିବେ। ଏପରି କି ଗିଫ୍ଟ...

Video: ହୋଲିରେ ରଙ୍ଗ ଲଗାଇବାକୁ ଡାକି ପୁରୁଣା ପ୍ରେମିକକୁ ହତ୍ୟା କେଲେ ପ୍ରେମିକା

ନୂଆଦିଲ୍ଲୀ,୧୯।୩: ହୋଲିରେ ପ୍ରେମିକଙ୍କୁ ରଙ୍ଗ ଲଗାଇବାକୁ ଡାକି ହତ୍ୟା କଲା ପ୍ରେମିକା। ନୂଆ ପ୍ରେମିକ ସହିତ ମିଶି ପୁରୁଣା ପ୍ରେମକୁ ଦେଲା କବର। ରାତି ଅଧରେ...

ADR ରିପୋର୍ଟରେ ବଡ଼ ଖୁଲାସା, ଚର୍ଚ୍ଚାରେ ଓଡ଼ିଶାର ଏହି ବିଧାୟକ

ନୂଆଦିଲ୍ଲୀ,୧୯।୩: ନିର୍ବାଚନର ସ୍ବଚ୍ଛତା ଉପରେ କାମ କରୁଥିବା ସଂଗଠନ ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମସ ଦେଶର ପ୍ରାୟ 4,092 ବିଧାୟକଙ୍କ ସମ୍ପତ୍ତି ଏବଂ ଅପରାଧିକ ରେକର୍ଡ...

କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ଅବସର ବୟସ ୬୦ ବର୍ଷରୁ ଅଧିକ ହେବ କି? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୧୯।୩: କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ବୁଧବାର କହିଛନ୍ତି ଯେ ସରକାର କର୍ମଚାରୀଙ୍କ ଅବସର ବୟସ ପରିବର୍ତ୍ତନ ପାଇଁ କୌଣସି ପ୍ରସ୍ତାବ ଉପରେ ବିଚାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image