ଲୋକପ୍ରିୟ ଟିଭି ସିରିଏଲ ସାଥ୍ ନିଭାନା ସାଥିୟାରେ ଉର୍ମିଳା ଚରିତ୍ରରେ ନଜର ଆସିଥିବା ଅଭିନେତ୍ରୀ ବନ୍ଦନା ବିଠଲାନୀ ଆଜିକାଲି ରାକ୍ଷୀ ପ୍ରସ୍ତୁତ କରି ବିକୁଛନ୍ତି। ଏବେ ‘ହମାରି ବହୁ ସିଲ୍କ’ ଅଭିନୟ କରୁଥିବା ବନ୍ଦନାଙ୍କୁ ଏପର୍ଯ୍ୟନ୍ତ ଦରମା ମିଳୁନାହିଁ। ମାସ ମାସ ଧରି ଟଙ୍କା ମାଗୁଥିଲେ ମଧ୍ୟ ପ୍ରଯୋଜକ ଦେଉନାହାନ୍ତି। ବାଧ୍ୟ ହୋଇ ଲକ୍ଡାଉନରେ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି। ବନ୍ଦନା କହିଛନ୍ତି, ଅଭିନେତ୍ରୀ ହେବା ସହ ମୁଁ ଜଣେ ନ୍ୟୁମେରୋଲୋଜିଷ୍ଟ ମଧ୍ୟ। ତେଣୁ ଭାଇଙ୍କ ନାମ ଏବଂ ଜନ୍ମଦିନ ତାରିଖ ଅନୁଯାୟୀ ଅଙ୍କ ଜ୍ୟୋତିଶ ଶାସ୍ତ୍ର ହିସାବରେ କେଉଁ ରଙ୍ଗର ରାକ୍ଷୀ ତାଙ୍କୁ ଦେଲେ ଭଲ ହେବ ସେହି ରାକ୍ଷୀ ଏବେ ପ୍ରସ୍ତୁତ କରୁଛି ବୋଲି ସେ କହିଛନ୍ତି। ଏବେ ଏଭଳି ରାକ୍ଷୀର ଡିମାଣ୍ଡ ବଢିଛି। ବହୁତ ଅର୍ଡର ମଧ୍ୟ ଆସୁଛି। ଗୋଟି ରାକ୍ଷୀ ପ୍ରସ୍ତୁତି ପାଇଁ ୪୫ ମିନିଟ୍ ଲାଗୁଛି। ରାକ୍ଷୀର ଦାମ ୫୧ ଟଙ୍କାରୁ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।