ସାନପୁଅଙ୍କ ନାମ ଜାହାଙ୍ଗୀର ରଖିବାକୁ ନେଇ ଟ୍ରୋଲ ହେଉଛନ୍ତି କରିନା; ଏବେ ନଣନ୍ଦ କହିଲେ ଏମିତି କଥା

ବମ୍ବେ: ପ୍ରଥମ ସନ୍ତାନ ପରେ ଏବେ ଦ୍ୱିତୀୟ ସନ୍ତାନର ନାମକୁ ନେଇ ଚର୍ଚ୍ଚାରେ କରିନା କପୁର ଖାନ। ସାନ ପୁଅଙ୍କ ଅସଲ ନାମ ଜାହାଙ୍ଗୀର ବୋଲି କରିନା ତାଙ୍କ ପୂସ୍ତକରେ କହିଛନ୍ତି। ଏହା ଜଣାପଡ଼ିବା ପରେ ସୋସିଆଲ ମିଡିଆରେ କରିନାଙ୍କୁ ଟ୍ରୋଲ କରାଯାଉଛି। ହେଲେ କରିନାଙ୍କ ନଣନ୍ଦ ସବା ଅଲ୍ଲି ଖାନ୍‌ ଟ୍ରୋଲରମାନଙ୍କୁ ଜବାବ ଦେଇଛନ୍ତି।

ସବା ନିଜର ଇନ୍‌ଷ୍ଟା ଷ୍ଟୋରୀରେ ସୈଫ, ତୈମୁର ଏବଂ ଜେହଙ୍କ ଫଟୋ ଶେୟାର କରିଛନ୍ତି। ଜେହ…ଜାନ୍‌। ନାମରେ କ’ଣ ଅଛି। ବଞ୍ଚ, ଭଲ ପାଅ ଏବଂ ଯାହା ଅଛି ତାକୁ ସେଭଳି ରହିବାକୁ ଦିଅ। ପିଲାମାନେ ଭଗବାନଙ୍କ ଆଶୀର୍ବାଦ ବୋଲି ଫଟୋ ସହ ସେ ଲେଖିଛନ୍ତି ।

Share