Categories: ଜାତୀୟ

ଦେଶ ବିଭାଜନ ପାଇଁ ସାବରକର ଦାୟୀ: ହରିଶ ରାୱତ

ନୂଆଦିଲ୍ଲୀ,୧୬।୧୦(୦୭): ଦେଶ ବିଭାଜନ ପାଇଁ ସାବରକର ଦାୟୀ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ କହିଛନ୍ତି। ତାଙ୍କ ବିବୃତ୍ତିକୁ ନେଇ ରାଜନୀତି ସରଗରମ ହୋଇଛି।
ହରିଦ୍ୱାରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରାୱତ କହିଛନ୍ତି ଯେ, ଭାଜପା ସାବରକରଙ୍କୁ ତାଙ୍କର ପ୍ରିୟ ବୋଲି ଭାବୁଛି। ସାବରକର ପ୍ରଥମ ବ୍ୟକ୍ତି ଥିଲେ, ଯିଏ ମୁସଲମାନମାନଙ୍କ ପାଇଁ ଅଲଗା ଦେଶ ଦାବି ଉଠାଇଥିଲେ। ପରେ ଜିନ୍ନା ପାକିସ୍ତାନ ଶବ୍ଦର ସଂଯୋଜନା କରି ଏକ ଅଲଗା ଦେଶ ଦାବି କରିଥିଲେ। ୨୦୨୪ ଲୋକ ସଭା ନିର୍ବାଚନରେ କଂଗ୍ରେସ ସମଗ୍ର ଦେଶରେ ଭାଜପା ବିରୋଧରେ ଲଢିବ। ନିର୍ବାଚନରେ କଂଗ୍ରେସ ଭାଜପାକୁ ଶାସନ ଗାଦିରୁ ହଟାଇବ।
ହରିଶ ରାୱତ ହରିଦ୍ୱାରର ଏମ୍‌ପି ରହିଛନ୍ତି ଏବଂ ଏଥର ପୁଣିଥରେ ହରିଦ୍ୱାରରୁ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଛନ୍ତି, ତେଣୁ ସେ କ୍ରମାଗତ ଭାବରେ ହରିଦ୍ୱାର ପରିଦର୍ଶନ କରୁଛନ୍ତି।

Share