ଶାବର ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ

କୋରାପୁଟ,୧୮।୭(ଅମିତାଭ ବେହେରା): କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଗୁରୁବାର ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ଶାନ୍ତି ଶୃଙ୍ଖଳା ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ଗୁରବାର ନିର୍ଦ୍ଧାରିତ ସମୟର ଅଧଘଣ୍ଟା ବିଳମ୍ବରେ ନୀଳାଦ୍ରି ବିଜେ ନୀତି ଆରମ୍ଭ ହୋଇଥିଲା।

ରଥ ଉପରେ ସନ୍ଧ୍ୟା ଆଳତୀ ପରେ ଗୋଟି ପହଣ୍ଡିରେ ଶ୍ରୀଜିଉଙ୍କ ନୀଳାଦ୍ରୀ ବିଜେ ଆରମ୍ଭ ହୋଇଥିବା ସମ୍ପାଦକ ଜଗବନ୍ଧୁ ସାମଲ କହିଛନ୍ତି। ରାତି ସାଢେ ୮ରେ ଠାକୁରଙ୍କ ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ହୋଇ ଶ୍ରୀମନ୍ଦିରକୁ ଯାଇଥିଲେ। ପରେ ବଡ଼ ଠାକୁର, ମା’ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ପହଣ୍ଡିରେ ଶ୍ରୀମନ୍ଦିର ପ୍ରବେଶ କରିଥିଲେ।

ଏସ୍‌ପି ଅଭିନବ ସୋନକାର କର୍ତ୍ତା ଭାବେ ଯୋଗଦେଇଥିବା ବେଳେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମୀନା ଉପସ୍ଥିତ ଥିଲେ। ପହଣ୍ଡି ସରିବା ପରେ ମନ୍ଦିରରେ ବଚନିକା କାର୍ଯ୍ୟକ୍ରମ ଚାଲୁ ରହିଥିବା ମନ୍ଦିର ପରିଚାଳନା କମିଟି ସମ୍ପାଦକ ଡ଼ ଜଗବନ୍ଧୁ ସାମଲ କହିଛନ୍ତି।

Share