ଥିରୁଭାନନ୍ତପୁରମ୍,୬।୧୨ : କେରଳ ହାଇକୋର୍ଟ ସାବରିମାଲା ମନ୍ଦିରରେ ହେଲିକପ୍ଟର ସେବା ବନ୍ଦ ଲାଭତ ନିର୍ଦ୍ଦୋ ଜାରି କରିଛନ୍ତି। କୌଣସି ଭିଆଇପି ସେବା ଉପଲବ୍ଧ ନକରାଇବାକୁ କୋର୍ଟ ବିଚାରପତି ଅନୀଲ କେ ନରେନ୍ଦ୍ରନ ଏବଂ ପିଜି ଅଜିତ କୁମାରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି। କାହାକୁ ଭିଆଇପି ସୁବିଧା ସୁଯୋଗ ପ୍ରଦାନ ନ କରିବାକୁ କୋର୍ଟ କହିଛନ୍ତି।
ମନ୍ଦିରର ଦେବସ୍ବଓମ୍ ବୋର୍ଡକୁ ଏହା ଲାଗୁ କରାଇବାକୁ କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ମନ୍ଦିରରେ ସଭିଏଁ ସାଧାରଣ ଶ୍ରଦ୍ଧାଳୁ। କେହି ଭିଆଇପି ଅବା ସାଧାରଣ ନୁହନ୍ତି ବୋଲି କୋର୍ଟ କହିଛନ୍ତି।