Categories: ଜାତୀୟ

ଅକ୍ଟୋବର ୧୬ରୁ ଖୋଲିବ ସାବରିମାଲା ମନ୍ଦିର: ପ୍ରତିଦିନ ୨୫୦ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ମିଳିବ ଅନୁମତି

ନୂଆଦିଲ୍ଲୀ,୧୫।୧୦-କେରଳର ସାବରିମାଲା ମନ୍ଦିର ଆସନ୍ତା ଅକ୍ଟୋବର ୧୬ରୁ ପାଞ୍ଚ ଦିନ ଭକ୍ତଙ୍କ ପାଇଁ ଖୋଲିବାକୁ ଯାଉଛି। ଏଥିପାଇଁ ଟ୍ରାଭାନକୋର ଦେବସୋମ ବୋର୍ଡ (ଟିବିଡି) ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁଯାୟୀ, କେବଳ ୨୫୦ ଲୋକଙ୍କୁ ପ୍ରତିଦିନ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ। ସେହିପରି ମନ୍ଦିରରେ ପ୍ରବେଶ କରିବା ପାଇଁ କୋଭିଡ ନେଗେଟିଭ ସାର୍ଟିଫିକେଟ ବାଧ୍ୟତାମୂଳକ। ଶ୍ରଦ୍ଧାଳୁମାନେ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି। ମହାମାରୀ କରୋନା ଲକ୍‌ଡାଇନ ପାଇଁ ଏହାକୁ ବନ୍ଦ ରଖାଯାଇଥିଲା।

Share