Categories: ଜାତୀୟ

ସାବରମତି ଏକ୍ସପ୍ରେସ ଲାଇନଚ୍ୟୁତ: ଉଦ୍ଧାର ଜାରି

କାନପୁର,୧୭।୮:ସାବରମତି ଏକ୍ସପ୍ରେସ କାନପୁର ନିକଟରେ ଲାଇନଚ୍ୟୁତ ହୋଇଛି। ଟ୍ରେନର ୨୨ଟି ବଗି ଲାଇନଚ୍ୟୁତ୍‌ ହୋଇଥିବା ସୂଚନା ମିଳିଛି। ଭାରତୀୟ ରେଳବାଇରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନ ନମ୍ବର ୧୯୧୬୮, ସାବରମତି ଏକ୍ସପ୍ରେସ କାନପୁର ଏବଂ ଭୀମସେନ ଷ୍ଟେଶନ ମଧ୍ୟରେ ଟ୍ରେନ୍‌ ଏକ ପଥର ସହ ମାଡ଼ ହୋଇଥିଲା। ଫଳରେ କ୍ୟାଟ୍‌ଲ୍‌ ଗାର୍ଡ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଘଟଣାରେ କେହି ଆହତ ହୋଇ ନ ଥିବା ଜଣାପଡିଛି। ଯାତ୍ରୀମାନଙ୍କୁ କାନପୁରକୁ ନେବା ପାଇଁ ବସ ଉକ୍ତ ସ୍ଥାନରେ ପହଞ୍ଚିଛି।

Share