ସବ୍‌କା ସାଥ୍‌-ସବ୍‌କା ବିକାଶ-ସବ୍‌କା ବିଶ୍ୱାସ ସହିତ ସବ୍‌କା ପ୍ରୟାସ ମଧ୍ୟ ଜରୁରୀ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୫।୮: ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ସହିତ ସବ୍‌କା ପ୍ରୟାସ ମଧ୍ୟ ଜରୁରୀ ବୋଲି ଦେଶର ୭୫ ତମ ସ୍ବାଧୀନତା ଦିବସ ଅବସରରେ ଲାଲ୍‌ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ମୋଦି ଏଭଳି କହିଛନ୍ତି। ଏହା ଦ୍ୱାରା ଦେଶର ଲକ୍ଷ୍ୟ ହାସଲ ସହଜ ହୋଇପାରିବ। ଧାର୍ଯ୍ୟ ଲକ୍ଷ୍ୟ ହାସଲ ପାଇଁ ସମସ୍ତଙ୍କ ଉଦ୍ୟମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଏକବିଂଶ ଶତାବ୍ଦୀରେ ଭାରତର ସ୍ବପ୍ନ ଏବଂ ଆକାଂକ୍ଷାକୁ ପୂରଣ କରିବାରେ କୌଣସି ପ୍ରତିବନ୍ଧକ ଅଟକାଇ ପାରିବ ନାହିଁ। ଆମର ଶକ୍ତି ହେଉଛି ଆମର ଜୀବନ୍ତତା, ଆମର ଶକ୍ତି ହେଉଛି ଆମର ଏକତା। ଏହା ଦ୍ୱାରା ସବୁ ଲକ୍ଷ୍ୟ ସହଜରେ ହାସଲ କରିହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ସାମାଜିକ କ୍ଷେତ୍ରରେ ବିକାଶ ପାଇଁ ଭଲ ଏବଂ ସ୍ମାର୍ଟ ଗଭର୍ନାନ୍ସ ଆବଶ୍ୟକ। ସମସ୍ତ କାର୍ଯ୍ୟାଳୟ ମଧ୍ୟରେ ଯୋଗାଯୋଗ ରହିଲେ ବିକାଶ କାର୍ଯ୍ୟରେ ସନ୍ତୁଳନ ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share