ହ୍ବାଇଟ୍‌ ହାଉସ୍‌ରେ ସାବ୍ରିନା ସିଂ

ଓ୍ବାଶିଂଟନ୍‌, ୧୦ା୧: ଆମେରିକାର ନବ ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ଡେପୁଟି ପ୍ରେସ୍‌ ସେକ୍ରେଟାରୀ ଭାବେ ମନୋନୀତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ସାବ୍ରିନା ସିଂ। ହାରିସ୍‌ ଓ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ କ୍ୟାମ୍ପେନିଂରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ରହିଥିଲା। ସେ ଏହା ପୂର୍ବରୁ ଡେମୋକ୍ରାଟିକ୍‌ ନ୍ୟାଶନାଲ କମିଟିରେ ଡେପୁଟି ଯୋଗାଯୋଗ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ଏଥିସହ ଆମେରିକାନ ବ୍ରିଜ୍‌ସ ଟ୍ରମ୍ପ ଓ୍ବାର ରୁମ୍‌ର ମୁଖପାତ୍ର ଏବଂ ୨୦୧୬ରେ ହିଲାରୀ କ୍ଲିଣ୍ଟନଙ୍କ ରାଷ୍ଟ୍ରପତି ନିର୍ବାଚନ କ୍ୟାମ୍ପେନରେ ଆଞ୍ଚଳିକ ଯୋଗାଯୋଗ ନିର୍ଦ୍ଦେଶକ ମଧ୍ୟ ରହିଥିଲେ।

Share