Categories: ଖେଳ

ଚା‘ ପିଇ ଜନ୍ମଦିନ ପାଳନ କଲେ ସଚିନ, ଶେୟାର କଲେ ଫଟୋ…

ମୁମ୍ବାଇ,୨୪।୪ : କ୍ରିକେଟ ଇତିହାସର ସର୍ବଶ୍ରେଷ୍ଠ କ୍ରିକେଟର ସଚିନ ତେନ୍ଦୁଲକର ସେମବାର ତାଙ୍କର ୫୦ ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କର ଜନ୍ମଦିନରେ ସଚିନ ତେନ୍ଦୁଲକର ପ୍ରଶଂସକଙ୍କ ପାଇଁ ଏକ ବିଶେଷ ଫଟୋ ଶେୟାର କରି ଚମତ୍କାର ବାର୍ତ୍ତା ମଧ୍ୟ ଲେଖିଛନ୍ତି। ଟୁଇଟରରେ ଜନ୍ମଦିନର ବିଶେଷ ଫଟୋ ଶେୟାର କରୁଥିବାବେଳେ ସଚିନ ତେନ୍ଦୁଲକର ତାଙ୍କୁ କ୍ରିକେଟ ଷ୍ଟାଇଲରେ ମନ୍ତବ୍ୟ ଦେବାକୁ ଭୁଲି ନାହାଁନ୍ତି ଏବଂ ଲେଖିଛନ୍ତି, “୫୦ ନଟ୍‌ ଆଉଟ।”
ଜନ୍ମଦିନରେ ସଚିନ ତେନ୍ଦୁଲକରଙ୍କ ଟୁଇଟର ହ୍ୟାଣ୍ଡେଲର ଦୁଇଟି ଫଟୋ ଶେୟାର କରାଯାଇଛି। ଏଥିରେ ସଚିନ ତେନ୍ଦୁଲକର ବହୁତ ଆରାମ କରୁଥିବା ଦେଖାଯାଉଛି ଏବଂ ଚା‘ ପିଉଥିବାର ଫଟୋ ରହିଛି। ସଚିନ ତେନ୍ଦୁଲକରଙ୍କ ଟୁଇଟର ହ୍ୟାଣ୍ଡେଲରୁ ଫଟୋ ଶେୟାର କରି ଏହା ଲେଖାଯାଇଛି, “ଟି ଟାଇମ – ୫୦ ନଟ ଆଉଟ”। ଏବେ ଏହା ଭାଇରାଲ ହେବାରେ ଲାଗିଛି।

Share