ସଚିନ ବିଓବିର ଗ୍ଲୋବାଲ ବ୍ରାଣ୍ଡ୍‌ ଆମ୍ବାସାଡର

ନୂଆଦିଲ୍ଲୀ,୮।୧୦: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ଗ୍ଲୋବାଲ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ କିମ୍ବଦନ୍ତୀ କ୍ରିକେଟିୟର ସଚିନ ତେନ୍ଦୁଲକରଙ୍କୁ ଚୟନ କରାଯାଇଛି। ଏପରିକି ସଚିନଙ୍କୁ ନେଇ ବ୍ୟାଙ୍କ ପକ୍ଷରୁ ‘ପ୍ଲେ ଦି ମାଷ୍ଟର ଷ୍ଟ୍ରୋକ୍‌’ ଅଭିଯାନର ଶୁଭାରମ୍ଭ କରାଯାଇଛି। ସେହିପରି ଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ଧରି କୋଟି କୋଟି ଲୋକଙ୍କ ବିଶ୍ୱାସ ଜିତିଥିବା ବ୍ୟାଙ୍କକୁ ଚୟନ କରି ମାଷ୍ଟର ଷ୍ଟ୍ରୋକ୍‌ ଖେଳିବା ଏବଂ ନିଜର ଆର୍ଥିକ ଅଭିଳାଷକୁ ପରିପୂର୍ଣ୍ଣ କରିବା ପାଇଁ ଏହି ଅଭିଯାନରେ ଭାଗ ନେବାକୁ ମଧ୍ୟ ଲୋକମାନଙ୍କୁ ଉତ୍ସାହିତ କରାଯାଉଛି। ଦେଶର କୋଣ ଅନୁକୋଣରେ ସଚିନଙ୍କୁ ଲୋକ ଭଲ ପାଉଥିବାରୁ ବ୍ୟାଙ୍କ ଅଫ୍‌ ବରୋଦାର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ତାଙ୍କୁ ବ୍ୟାଙ୍କର ସମସ୍ତ ଅଭିଯାନ, ଆର୍ଥିକ ସାକ୍ଷରତା ଓ ଠକେଇ ପ୍ରତିରୋଧକୁ ନେଇ ଆୟୋଜନ କରାଯାଉଥିବା ଗ୍ରାହକ ସଚେତନତା କାର୍ଯ୍ୟକ୍ରମ, ଗ୍ରାହକ ଓ କର୍ମଚାରୀ ସଂପୃକ୍ତି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିବ।
ଏ ସମ୍ପର୍କରେ ବିଓବିର ଏମଡି ତଥା ସିଇଓ (ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ଦେବଦତ୍ତ ଚାନ୍ଦ କହିଛନ୍ତି, ଭାରତର ଅନ୍ୟତମ କ୍ରୀଡା କିମ୍ବଦନ୍ତୀ ପୁରୁଷ ସଚିନ ତେନ୍ଦୁଲକରଙ୍କୁ ଆମେ ଆମର ବୈଶ୍ୱିକ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ପାଇ ବେଶ ଉତ୍ସାହିତ ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରେଡିଟ୍ କାର୍ଡ ଉପରେ ଫି ବଢ଼ାଇଲା ଏସବିଆଇ: ଏହି ତାରିଖରୁ ହେବ ଲାଗୁ

ନୂଆଦିଲ୍ଲୀ,୮।୧୦: ଖୁବଶୀଘ୍ର ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହାର କ୍ରେଡିଟ୍ କାର୍ଡ ସର୍ଭିସ ଉପରେ ଫି ବଢାଇବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ୟୁଟିଲିଟି ବିଲ୍ ପେମେଣ୍ଟ ଏବଂ...

ନଭେମ୍ବର ୧୫ରେ ସରିବ ପିଜିଡିଏସ୍‌ର ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର,୮।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଫେସର ଘନଶ୍ୟାମ ଦାଶ ସ୍କଲାରଶିପ୍‌ (ପିଜିଡିଏସ୍‌) ର ୨୦ତମ ସଂସ୍କରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ନିବେଶକ ହରାଇଲେ ୯ଲକ୍ଷ କୋଟି

ମୁମ୍ବାଇ,୮।୧୦: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ସାଙ୍ଗକୁ ଦରବୃଦ୍ଧି ଜନିତ ମାନ୍ଦାବସ୍ଥାର ପ୍ରଭାବ ଭାରତୀୟ ପୁଞ୍ଜି ବଜାର କାରବାର ଉପରେ ପଡୁଛି। ଫଳରେ ଘରୋଇ ଶେୟାର ବଜାରର ନିବେଶକମାନେ...

ବେଦାନ୍ତ ପକ୍ଷରୁ ଜାତୀୟ ପୋଷଣ ମାସ

ଭୁବନେଶ୍ୱର,୮।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ ପୋଷଣ ମାସ ନିକଟରେ ପାଳିତ ହୋଇଯାଇଛି। ଏପରିକି ଏହା ସମ୍ପୂର୍ଣ୍ଣ...

ଡ୍ରିମ୍‌ସରେ ହ୍ୟୁଣ୍ଡାଇ ମୋଟର୍ସର କ୍ୟାମ୍ପସ ଚୟନ

ଭୁବନେଶ୍ୱର,୮।୧୦ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍‌ସ ଶିଳ୍ପ ତାଲିମ କେନ୍ଦ୍ର (ଡ୍ରିମ୍‌ସ ଆଇଟିଆଇ)ର ସଂଖ୍ୟାଧିକ ଛାତ୍ର ରେକର୍ଡସଂଖ୍ୟକ କ୍ୟାମ୍ପସ ନିଯୁକ୍ତି...

ଜି୬ ହସ୍ପିଟାଲିଟିକୁ ଅଧିଗ୍ରହଣ କରିବ ଓରାଭେଲ ଷ୍ଟେଜ

ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଓରାଭେଲ ଷ୍ଟେଜ୍‌ ଏବଂ ଜି୬ ହସ୍ପିଟାଲିଟି ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ପୁଣି ରେକର୍ଡ ଭାଙ୍ଗିଲା ସୁନା ମୂଲ୍ୟ: ଖୁବଶୀଘ୍ର ପାର କରିଯିବ ୮୦ ହଜାର

ମୁମ୍ବାଇ,୭।୧୦: ବଢିଚାଲିଛି ସୁନା ଦାମ୍। ସୋମବାର ପୁଣି ରେକର୍ଡ ଭାଙ୍ଗିଛି ସୁନା ମୂଲ୍ୟ। ସୋମବାର ସୁନା ମୂଲ୍ୟରେ ୨୫୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମକୁ...

ଯୁଦ୍ଧ ପରେ ଚାଇନା ପ୍ରଭାବ: ତଳମୁହାଁ ଭାରତୀୟ ପୁଞ୍ଜି ବଜାର, ଲକ୍ଷାଧିକ କୋଟି ଟଙ୍କା ହରାଇଲେଣି ନିବେଶକ

ମୁମ୍ବାଇ,୭।୧୦: ମଧ୍ୟପ୍ରାଚ୍ୟ ବଡ଼ ଯୁଦ୍ଧାମୁହାଁ ହେଉଥିବା ବେଳେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ପ୍ରଭାବରେ ଆମେରିକା, ୟୁରୋପ ସମେତ ଏସିଆ ପୁଞ୍ଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri