ସଚିନ୍‌ କରୋନା ପିଜିଟିଭ୍‌

ନୂଆଦିଲ୍ଲୀ,୨୭।୩: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଘରେ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ତାଙ୍କ ସହିତ ମିଳାମିଶା କରିଥିବା ଲୋକେ ଶୀଘ୍ର ନିଜ ନିଜର ନମୁନା ପରୀକ୍ଷା କରାଇନେବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି। ସଚିନ୍‌ଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କର ନମୁନା ପରୀକ୍ଷା ରିପୋର୍ଟ କରୋନା ନେଭେଟିଭ୍‌ ଆସିଥିବା ସେ କହିଛନ୍ତି। କରୋନା ମାର୍ଗଦର୍ଶିକା ଏବଂ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ସେ ଘରେ କ୍ୱାରାଣ୍ଟାଇନ୍‌ରେ ରହିଥିବା ପ୍ରକାଶ କରିଛନ୍ତି। ତାଙ୍କଠାରେ କରୋନାର କେତେକ ଲକ୍ଷଣ ପ୍ରକାଶ ପାଇଛି। ତେବେ ଏବେ ସେ ସୁସ୍ଥ ଅଛନ୍ତି ବୋଲି ଟୁଇଟ୍‌ କରିଛନ୍ତି।

Share