ସଚିନ-କୋହଲିଙ୍କୁ ମିଳିଲା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ

ନୂଆଦିଲ୍ଲୀ,୬।୧୨: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ କ୍ରିକେଟର୍‌ ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କୁ ନିମନ୍ତ୍ରଣ  ପଠାଯାଇଛି।  ପ୍ରଥମ ଥର ପାଇଁ କ୍ରିକେଟ ଇତିହାସରେ ସର୍ବାଧିକ ଶତକ ହାସଲ କରିଥିବା ଏହି ଦୁଇ ଭାରତୀୟ ଖେଳାଳି ଏକତ୍ର ହୋଇ ଏକ ଧାର୍ମିକ ସ୍ଥାନରେ  ନଜର ଆସିବେ।
ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ଏହି  ବଡ ଧାର୍ମିକ କାର୍ଯ୍ୟକ୍ରମ ଜାନୁୟାରୀ ୨୨ରେ ଆୟୋଜିତ ହେବ।
ସମ୍ମାନଜନକ କ୍ରିକେଟ ଯୋଡି ବ୍ୟତୀତ ପ୍ରାୟ ୮ହଜାର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଏହି ବିଶେଷ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଛି।

 

Share