Advertisement

ସଚିନ ପାରିଶ୍ରମିକ ରୂପେ ନେଇଥିଲେ ଫ୍ରିଜ୍‌: ଜାଣନ୍ତୁ କାହିଁକି…

ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ ସଚିନ ପିଲଗାଓଙ୍କର ଅଗଷ୍ଟ ୧୭ ହେଉଛି ଜନ୍ମଦିନ। ତାଙ୍କ ସ୍ତ୍ରୀ ତଥା ପ୍ରସିଦ୍ଧ ଅଭିନେତ୍ରୀ ସୁପ୍ରିୟା ପିଲଗାଓଙ୍କର ମଧ୍ୟ ସମାନ ଦିନରେ ଜନ୍ମଦିନ ପଡେ। ତେଣୁ ଏହି ସ୍ବାମୀ-ସ୍ତ୍ରୀ ପ୍ରତିବର୍ଷ ଗୋଟିଏ ଦିନରେ ଜନ୍ମଦିନ ପାଳନ କରିଥାନ୍ତି। ଏହି ଖାସ୍‌ ଦିନରେ ଜାଣିବା ସଚିନଙ୍କ ବିଷୟରେ କିଛି ଅଜଣା କଥା।
୧୯୫୭ ଅଗଷ୍ଟ ୧୭ରେ ମୁମ୍ବାଇର ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ସଚିନ । ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ହା ମଜା ମାର୍ଗ ଅକେଲା’। ଏହି ଫିଲ୍ମରେ ସେ ଜଣେ ଶିଶୁ କଳାକାର ଚରିତ୍ରରେ ଅଭିନୟ କରିଥିଲେ। ସେତେବେଳେ ତାଙ୍କ ବୟସ ଥିଲା ମାତ୍ର ୪। ଏହି ଫିଲ୍ମ ପାଇଁ ସେ ତତ୍କାଳୀନ ରାଷ୍ଟ୍ରପତି ସର୍ବପଲ୍ଲୀ ଡ. ରାଧାକୃଷ୍ଣନଙ୍କ ଦ୍ୱାରା ଜାତୀୟ ପୁରସ୍କାର ପାଇଥିଲେ। ୬୫ରୁ ଊର୍ଦ୍ଧ୍ୱ ସିନେମାରେ ଶୁଶୁ କଳାକାର ଭାବେ ଅଭିନୟ କରିଥିବା ସଚିନ ୫୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ନିର୍ଦ୍ଦେଶନା ଦେଇ ସାରିଛନ୍ତି। ଅନେକ ଫିଲ୍ମରେ ସେ ଛୋଟ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି। କୁହାଯାଏ ସୁପରହିଟ୍‌ ଫିଲ୍ମ ‘ଶୋଲେ’ରେ ଅହମ୍ମଦ ଚରିତ୍ର ପାଇଁ ସଚିନଙ୍କୁ ଫିସ୍‌ ଆକାରରେ ଏକ ଫ୍ରିଜ୍‌ ଦିଆଯାଇଥିଲା। ସଚିନ ମହାନ ଅଭିନେତ୍ରୀ ମୀନା କୁମାରୀଙ୍କଠାରୁ ଊର୍ଦ୍ଦୁ ଅଧ୍ୟନ କରୁଥିଲେ। ଏଥିପାଇଁ ସେ ସବୁବେଳେ ତାଙ୍କ ଘରକୁ ଯାଉଥିଲେ ବୋଲି କୁହାଯାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share