Categories: ଜାତୀୟ

ରାଷ୍ଟ୍ରୀୟ ମହାସଚିବ ହେବେ ସଚିନ ପାଇଲଟ

ଜୟପୁର,୧୧।୭: ରାଜସ୍ଥାନରେ ଦୀର୍ଘ ଦିନ ଧରି ଚାଲିଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିବାଦ ଉପରେ ବିରାମ ଲଗାଇବା ପାଇଁ କଂଗ୍ରେସ ପ୍ରସ୍ତୁତ କରୁଛି। ଦଳ ହାଇକମାଣ୍ଡ ଏବେ ସଚିନ ପାଇଲଟଙ୍କୁ ନ୍ୟାଶନାଲ ଲିଡରସିପ୍‌ରେ ସକ୍ରିୟ କରିବାକୁ ପ୍ରୟାସ କରୁଛି। ଏକ ରିପୋର୍ଟ ଅନୁଯାୟୀ, ସଚୀନ ପାଇଲଟଙ୍କୁ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଟିମ୍‌ରେ ରାଷ୍ଟ୍ରୀୟ ମହାସଚିବ କରାଯିବା ନେଇ ନିଷ୍ପତ୍ତି ହୋଇସାରିଛି। ରାଷ୍ଟ୍ରୀୟ ମହାସଚିବ ହୋଇସାରିବା ପରେ ପାଇଲଟଙ୍କଚ କୌଣସି ରାଜ୍ୟର ପ୍ରଭାରୀ ଦାୟିତ୍ୱ ଦିଆଯାଇପାରେ ବୋଲି ଦଳ ସୂତ୍ରରୁ ଜଣାପଡିଛି।

Share