Posted inଜାତୀୟ

ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାଜପାରେ ସାମିଲ୍‌ ହେବାକୁ ନେଇ ବଡ଼ ବୟାନ ଦେଲେ ପାଇଲଟ, କହିଲେ ତାଙ୍କୁ ନିଜର…

ନୂଆଦିଲ୍ଲୀ,୪।୯: ନିକଟରେ କଂଗ୍ରେସ ନେତା ସଚିନ ପାଇଲଟ ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଯେଉଁଠାରେ ତାଙ୍କୁ ପଚରାଯାଇଥିଲା ଯେ ଆରପିଏନ ସିଂ, ଜିତିନ ପ୍ରସାଦ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରି ଯୁବ ନେତାମାନେ ୟୁପିଏ ସରକାରରେ ମନ୍ତ୍ରୀ ଥିଲେ। ଏହା ପରେ ସେମାନେ ଦଳରୁ ଅଲଗା ହୋଇଥିଲେ। ତେବେ କଂଗ୍ରେସ ନେତୃତ୍ୱ କ’ଣ ଏହାର ଯୁବ ନେତାଙ୍କୁ ସମ୍ଭାଳି ପାରୁନାହାନ୍ତି କି?

ଏହି ପ୍ରଶ୍ନର ଉତ୍ତର ଦେଇ କଂଗ୍ରେସ ନେତା ସଚିନ ପାଇଲଟ କହିଛନ୍ତି, ସମସ୍ତଙ୍କୁ ନିଜର ନିଷ୍ପତ୍ତି ନେବାକୁ ସ୍ବାଧୀନତା ମିଳିଛି। ଅନେକ ଲୋକ ନିଜ ଯାତ୍ରା କୌଣସି ସ୍ଥାନରୁ ଆରମ୍ଭ କରି ଆଉ କୌଣସି ସ୍ଥାନରେ ଶେଷ ହୁଅନ୍ତି। ମୁଁ କଂଗ୍ରେସରୁ ଆରମ୍ଭ କରିଛି । ଆଉ ଏଠାରେ ହିଁ ଶେଷ କରିବି।

ସେ ଆହୁରି କହିଛନ୍ତି, ମୁଁ ବର୍ତ୍ତମାନ ୪୬ ବଷର ଅଟେ। ମୁଁ ପାର୍ଟିରୁ ବହୁତ କିଛି ହାସଲ କରିଛି । ବଡ଼ ବଡ଼ ପଦବୀ ଏବଂ ପୋଷ୍ଟ ସହିତ ଅନେକ ଲୋକ ଅଛନ୍ତି। ବର୍ତ୍ତମାନ ଦଳରେ ୭୦-୭୨ ମନ୍ତ୍ରୀ ଅଛନ୍ତି, କିନ୍ତୁ ଆପଣ ୨୫ଜଣଙ୍କ ନାଁ କୁହନ୍ତୁ। ଲୋକେ ସେହିମାନଙ୍କୁ କେବଳ ମନେ ରଖନ୍ତି ଯେଉଁମାନେ କଠିନ ପରିଶ୍ରମ କର ହୃଦୟ ଜିତନ୍ତି। ଜନତା ହିଁ ଗୋଟିଏ ନେତାର ଅସଲ ଶକ୍ତି ଅଟନ୍ତି। ଚେୟାର ଏବଂ ପଦବୀଗୁଡିକ କେବେ ନା କେବେ ଆସିବ।

ରାଜନୀତିରେ କାହା ଉପରେ ଅସନ୍ତୋଷ ହେବା ତାହା ପ୍ରସଙ୍ଗ ଉପରେ ଆଧାରିତ। ମୁଁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଉପରେ ରାଗିଥିଲି। ମୋ ନେତା ମୋର କଥା ଗ୍ରହଣ କରିଥିଲେ। ଯଦି ଆମେ ଦାବି କରୁଥିବା ଜିନିଷ ଉପରେ ଦଳ କାମ କରେ ତେବେ ଏଥିରୁ ପାର୍ଟିକୁ ହିଁ ଲାଭ ମିଳିବ। ଯେତେବେଳେ ତାଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବ କି ବୋଲି ପଚରାଯାଇଥିଲା ସେ କହିଥିଲେ, ବର୍ତ୍ତମାନ କିଛି କହିପାରିବେ ନାହିଁ। ମୁଁ ମଧ୍ୟ ଏହା ଉପରେ କିଛି କହିବାକୁ ଚାହେଁ ନାହିଁ । ତଥାପି ୪ ବର୍ଷ ବାକି ଅଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଶାହାଙ୍କ ଉପରେ ପୁରସ୍କାର ଘୋଷଣା କଲେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ, ସିଆର୍‌ପିଏଫ୍‌ ସ୍କୁଲ ବନ୍ଦ ପାଇଁ ଆହ୍ବାନ

ନୂଆଦିଲ୍ଲୀ,୨୫ା୧୦ : ଖଲିସ୍ତାନୀ ଆତଙ୍କବାଦୀ ତଥା ‘ଶିଖ୍‌ସ ଫର୍‌ ଜଷ୍ଟିସ୍‌’ (ଏସ୍‌ଏଫ୍‌ଜେ) ମୁଖ୍ୟ ଗୁର୍‌ପତଓ୍ବନ୍ତ ସିଂ ପନ୍ନୁ ପୁଣିଥରେ ଭାରତକୁ ଧମକ ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ...

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ।...

ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୫।୧୦: ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା ଲାଗିଛି। ବାରାଣସୀ କୋର୍ଟ ହିନ୍ଦୁ ପକ୍ଷଙ୍କ ଆବେଦନକୁ ଖାରଜ କରିଛନ୍ତି। ତେବେ ଜ୍ଞାନବାପିର ଏଏସ୍‌ଆଇ ସର୍ଭେ...

କିଏ ନେବେ ରତନ ଟାଟାଙ୍କ ଅତିପ୍ରିୟ ‘ଟିଟୋ’ର ଯତ୍ନ, ସାମ୍ନାକୁ ଆସିଲା ଏହି ନାମ

ମୁମ୍ବାଇ,୨୫।୧୦: ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ତଥା ସମ୍ମାନିତ ଚେୟାରମ୍ୟାନ ରତନ ଟାଟାଙ୍କ ଅକ୍ଟୋବର ୯ରେ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ୮୬ ବର୍ଷ ବୟସରେ...

ଝାଡଖଣ୍ଡ ନିର୍ବାଚନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୨୫।୧୦: ଆଗକୁ ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ତେବେ ଝାଡଖଣ୍ଡ ନିର୍ବାଚନକୁ ନେଇ ସବୁ ଦଳ ବଳ କଷାକଷି ଆରମ୍ଭ କରିଥିବାବେଳେ ଜାତୀୟ ରାଜନୀତି...

ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ କହିଛନ୍ତି ଯେ ଜର୍ମାନୀ ଭାରତୀୟମାନଙ୍କୁ ଚାକିରି ଯୋଗାଇବାକୁ ଚାହୁଁଛି। ସେ ଡାକୁଛନ୍ତି। କିନ୍ତୁ...

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୧୦: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସୁପ୍ରିମକୋର୍ଟଙ୍କରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ହାଇକୋର୍ଟଙ୍କ...

ନୀତୀଶ କୁମାରଙ୍କୁ ଭେଟିଲେ ଖାନ ସାର୍‌, ବଢୁଛି ରାଜନୈତିକ ଉଷ୍ମତା

ପାଟନା,୨୫।୧୦: ଏବେ ବିହାରର ରାଜଧାନୀ ପାଟନାରୁ ଏକ ବଡ ଖବର ସାମ୍ନାକୁ ଆସିଛି। ପ୍ରତିଯୋଗିତାମୂଳକ ପରୀକ୍ଷାର ଜଣାଶୁଣା ଶିକ୍ଷକ ଖାନ ସାର୍‌ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri