Categories: ଜାତୀୟ

ଯେଉଁ ମୁସଲମାନ ଯୁବତୀଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ସହ ଲଢ଼ିବାକୁ ପଛାଇ ନ ଥିଲେ ସଚିନ, ଏବେ ତାଙ୍କୁ ହିଁ ଦେଇଦେଲେ ଛାଡ଼ପତ୍ର…

ନୂଆଦିଲ୍ଲୀ,୧।୧୧: କଂଗ୍ରେସ ନେତା ସଚିନ ପାଇଲଟଙ୍କ ଛାଡ଼ପତ୍ର ହୋଇସାରିଛି। ସେ ରାଜସ୍ଥାନ ନିର୍ବାଚନ ଲାଗି ଦାଖଲ କରିଥିବା ନିଜର ନାମାଙ୍କନପତ୍ରରେ ଏନେଇ ଜଣାଇବା ପରଠାରୁ ଖବରଟି ଚର୍ଚ୍ଚାରେ ରହିଛି। ଏକଦା ଯେଉଁ ମୁସଲମାନ ଯୁବତୀଙ୍କ ଲାଗି ସାରା ଦୁନିଆ ସହ ସେ ଲଢ଼ି ଯାଇଥିଲେ, ତାଙ୍କୁ କାହିଁକି ସେ ଛାଡ଼ପତ୍ର ଦେଇଛନ୍ତି ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି।

ତେବେ ପୂର୍ବପତ୍ନୀ ସାରା ଅବଦୁଲ୍ଲାଙ୍କ ଲାଗି ସଚିନ ନିଜ ମା’ଙ୍କ ସହ ଜଣେ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ଲଢ଼ିବାକୁ ଦ୍ୱିଧାବୋଧ କରି ନ ଥିଲେ। ସାରା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଝିଅ ଏବଂ ଉମର ଅବଦୁଲ୍ଲାଙ୍କ ଭଉଣୀ । ସଚିନ ସାରାଙ୍କୁ ଲଣ୍ଡନରେ ଭେଟିଥିଲେ । ଏହାପରେ ଯେତେବେଳେ ଦୁହେଁ ପ୍ରେମରେ ପଡ଼ିଥିଲେ ବିବାହ କରିବାକୁ ସ୍ଥିର କରିଥିଲେ। ହେଲେ ଏହି ବିବାହ ଲାଗି ଉଭୟଙ୍କ ପରିବାରଲୋକେ ରାଜି ହୋଇ ନ ଥିଲେ।

ବିବାହ ପ୍ରସଙ୍ଗ ଉଠିବା ମାତ୍ରେ କଶ୍ମୀରରେ ହଙ୍ଗାମା ହୋଇଯାଇଥିଲା। ଫାରୁକଙ୍କ ଦଳରେ ବିଦ୍ରୋହର ସ୍ବର ଗୁଞ୍ଜରିତ ହୋଇଥିଲା। ଏସବୁ ସତ୍ତ୍ୱେ ସଚିନ ସାରାଙ୍କୁ ବିବାହ କରିଥିଲେ। ହେଲେ ଏବେ ଉଭୟଙ୍କ ଛାଡ଼ପତ୍ର ହୋଇଥିବା ଖବର ସମସ୍ତଙ୍କୁ ଚକିତ କରିଛି। ଏହା ପଛରେ ଉଭୟଙ୍କ ମଧ୍ୟର ବିବାଦ ଥିବା କୁହାଯାଉଛି।

Share