Posted inଜାତୀୟ

ସୋନିଆଙ୍କୁ ଭେଟିଲେ ପାଇଲଟ: କହିଲେ, ସମସ୍ତଙ୍କୁ ମିଳିମିଶି କରିବାକୁ ପଡ଼ିବ କାମ

ନୂଆଦିଲ୍ଲୀ, ୨୯।୯: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ସସ୍‌ପେନ୍ସ ଜାରି ରହିଛି। ଇତିମଧ୍ୟରେ ଗୁରୁବାର ସନ୍ଧ୍ୟାରେ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଦିଲ୍ଲୀ ସ୍ଥିତ ୧୦ ଜନପଥରେ ଦୀର୍ଘ ୧ଘଣ୍ଟା ଧରି ସୋନିଆ ଓ ପାଇଲଟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ତେବେ ବୈଠକ ପରେ ପାଇଲଟ ଗଣମାଧ୍ୟମକୁ କହିଛନ୍ତି, ସୋନିଆ ଗାନ୍ଧୀଙ୍କ ସହ କଥା ହୋଇଛୁ। ସେ ଆମର ସମସ୍ତ କଥା ଶୁଣିଲେ। ଆମେ ସମସ୍ତେ ଚାହୁଁଚୁ ଯେ,୨୦୨୩ ବିଧାନସଭା ନିର୍ବାଚନ ଏକାଠି ମିଳିମିଶି ଲଢ଼ିବା। ଆମେ ନିଶ୍ଚିତ ଯେ, ପୁଣିଥରେ କଂଗ୍ରେସ ସରକାର ଗଠନ କରିବୁ। ମୋର ପ୍ରଥମ ପ୍ରାଥମିକତା ହେଉଛି ରାଜସ୍ଥାନ। ଆମ ସମସ୍ତଙ୍କୁ ଏକାଠି କାମ କରିବାକୁ ପଡିବ। ରାଜସ୍ଥାନ ପ୍ରସଙ୍ଗରେ ଯାହା ନିଷ୍ପତ୍ତି ନିଆଯାଏ, ତାହା ସମସ୍ତଙ୍କ ପାଇଁ ଗ୍ରହଣୀୟ ହେବ ବୋଲି ପାଇଲଟ କହିଛନ୍ତି। ଏହାପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ମଧ୍ୟ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଖାସ୍‌ ବାର୍ତ୍ତା ପଠାଇଲେ ମୋଦି, ଏକ୍ସରେ ଲେଖିଲେ…

ନୂଆଦିଲ୍ଲୀ, ୬।୧୧: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି କହିଛନ୍ତି, ଐତିହାସିକ ବିଜୟ ପାଇଁ...

ବଦଳିଗଲେଣି ରାହୁଲ ଗାନ୍ଧୀ: ଏବେ କରୁଛନ୍ତି ଏହି କାମ

ରାଏବରେଲି,୬।୧୧: ଉତ୍ତର ପ୍ରଦେଶର ରାଏବରେଲିରୁ ଲୋକ ସଭା ଏମ୍‌ପି ଭାବରେ ନିର୍ବାଚିତ ହେବା ପରେ ରାହୁଲ ଗାନ୍ଧୀ ବଦଳିଥିବା ଜଣାପଡିଛି। ଆମେଠି ଏମ୍‌ପି ଥିବାବେଳେ ରାହୁଲ...

ସୁରକ୍ଷାକର୍ମୀଙ୍କ ସହ ମୁହାଁ ମୁହିଁ ବେଳେ ଜଣେ ଆତଙ୍କବାଦୀ ମୃତ

କୁପଓ୍ବାରା,୬।୧୧: ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିବା ଖବର ରହିଛି। କୁହାଯାଉଛି ଯେ ସୁରକ୍ଷା କର୍ମୀଙ୍କ ଜବାବରେ ଜଣେ ଆତଙ୍କବାଦୀ...

ଭାଜପାର ବଡ଼ ଆକ୍ସନ, ୪୦ ନେତା ବହିଷ୍କୃତ

ମୁମ୍ବାଇ,୬।୧୧: ନଭେମ୍ବର ୨୦ରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ, ଭୋଟ ଦେବା ପୂର୍ବରୁ ମଧ୍ୟ ଭାଜପା ଦଳର ୪୦ ନେତା ଓ କର୍ମୀଙ୍କୁ ବହିଷ୍କାର...

ହତ୍ୟା ଅଭିଯୁକ୍ତଙ୍କୁ ଧରାଇଦେଲା ମାଛି:ଜାଣନ୍ତୁ କେମିତି

ଜବଲପୁର,୬ା୧୧:ମଧ୍ୟପ୍ରଦେଶର ଜବଲପୁର ଜିଲା ଚରଗାଓଁସ୍ଥିତ ଦେଓରି ତାପରିଆ ଗ୍ରାମରେ ମାଛି ଦ୍ୱାରା ଏକ ହତ୍ୟା ମାମଲାର ସମାଧାନ ହୋଇପାରିଛି। ମାଛି ଯୋଗୁ ପୋଲିସ ହତ୍ୟାକାରୀଙ୍କୁ ଧରିବାରେ...

ବଡ଼ ଖବର: ଉପନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଯୋଗୀ! ଏମିତି କହିଦେଲେ…

ଲକ୍ଷ୍ନୌ,୬।୧୧: ଉତ୍ତରପ୍ରଦେଶ ଉପନିର୍ବାଚନ ପରେ ୟୁପି ସିଏମ ଯୋଗୀ ଆଦିତ୍ୟନାଥ ଇସ୍ତଫା ଦେବା ନିଶ୍ଚିତ ବୋଲି ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ବିଧାୟକ ହାଜି ରାଫିକ...

ସିଦ୍ଦାରାମାୟାଙ୍କୁ ହାଇକୋର୍ଟ ନୋଟିସ

ବେଙ୍ଗାଲୁରୁ,୬ା୧୧: ମହୀଶୂର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ (ଏମ୍‌ୟୁଡିଏ) ଦୁର୍ନୀତି ମାମଲାରେ କର୍ନାଟକ ହାଇକୋର୍ଟ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା, ତାଙ୍କ ସ୍ତ୍ରୀ ବି.ଏମ୍‌. ପାର୍ବତୀ, ଶାଳକ ମଲ୍ଲିକାର୍ଜୁନ...

ୟୁପି ମଦ୍ରାସା ଆଇନ ବୈଧ

ନୂଆଦିଲ୍ଲୀ,୬।୧୧: ମୁସଲମାନ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିୟନ୍ତ୍ରଣ କରୁଥିବା ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ ଆଇନ, ୨୦୦୪ର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟ ମଙ୍ଗଳବାର କାଏମ ରଖିଛନ୍ତି। ଆଲ୍ଲାହାବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri