Categories: ଜାତୀୟ

ସୋନିଆଙ୍କୁ ଭେଟିଲେ ପାଇଲଟ: କହିଲେ, ସମସ୍ତଙ୍କୁ ମିଳିମିଶି କରିବାକୁ ପଡ଼ିବ କାମ

ନୂଆଦିଲ୍ଲୀ, ୨୯।୯: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ସସ୍‌ପେନ୍ସ ଜାରି ରହିଛି। ଇତିମଧ୍ୟରେ ଗୁରୁବାର ସନ୍ଧ୍ୟାରେ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଦିଲ୍ଲୀ ସ୍ଥିତ ୧୦ ଜନପଥରେ ଦୀର୍ଘ ୧ଘଣ୍ଟା ଧରି ସୋନିଆ ଓ ପାଇଲଟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ତେବେ ବୈଠକ ପରେ ପାଇଲଟ ଗଣମାଧ୍ୟମକୁ କହିଛନ୍ତି, ସୋନିଆ ଗାନ୍ଧୀଙ୍କ ସହ କଥା ହୋଇଛୁ। ସେ ଆମର ସମସ୍ତ କଥା ଶୁଣିଲେ। ଆମେ ସମସ୍ତେ ଚାହୁଁଚୁ ଯେ,୨୦୨୩ ବିଧାନସଭା ନିର୍ବାଚନ ଏକାଠି ମିଳିମିଶି ଲଢ଼ିବା। ଆମେ ନିଶ୍ଚିତ ଯେ, ପୁଣିଥରେ କଂଗ୍ରେସ ସରକାର ଗଠନ କରିବୁ। ମୋର ପ୍ରଥମ ପ୍ରାଥମିକତା ହେଉଛି ରାଜସ୍ଥାନ। ଆମ ସମସ୍ତଙ୍କୁ ଏକାଠି କାମ କରିବାକୁ ପଡିବ। ରାଜସ୍ଥାନ ପ୍ରସଙ୍ଗରେ ଯାହା ନିଷ୍ପତ୍ତି ନିଆଯାଏ, ତାହା ସମସ୍ତଙ୍କ ପାଇଁ ଗ୍ରହଣୀୟ ହେବ ବୋଲି ପାଇଲଟ କହିଛନ୍ତି। ଏହାପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ମଧ୍ୟ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ।

Share