Categories: ଜାତୀୟ

ସୋନିଆଙ୍କୁ ଭେଟିଲେ ପାଇଲଟ୍‌

ନୂଆଦିଲ୍ଲୀ,୧୨।୧୧: ରାଜସ୍ଥାନ କ୍ୟାବିନେଟ ଅଦଳବଦଳକୁ ନେଇ ଚର୍ଚ୍ଚା ଚାଲୁଛି। ତେବେ ଶୁକ୍ରବାର ବରିଷ୍ଠ ନେତା ସଚିନ ପାଇଲଟ୍‌ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି । ସେ ଦିଲ୍ଲୀ ଆସି ସୋନିଆଙ୍କ ସହ ତାଙ୍କ ବାସଭବନରେ ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର ବୈଠକ କରିଛନ୍ତି। କ୍ୟାବିନେଟ୍‌ ଅଦଳବଦଳ ସମୟରେ ସଚିନ୍‌ ନିଜ ଗୋଷ୍ଠୀର ସଦସ୍ୟଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ସୋନିଆଙ୍କୁ କହିଥିବା ଜଣାପଡଛି।

ବୈଠକ ପରେ ସଚିନ ପାଇଲଟ୍‌ କହିଛନ୍ତି, ୨୦୨୩ରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବ ଏବଂ ପୁଣି ଆମେ ଜିତିବା ଦରକାର। ତା’ ପୂର୍ବରୁ ଦଳ ସାଂଗଠିକ ସ୍ତରରେ ମଜବୁତ ହେବା ଦରକାର। କଂଗ୍ରେସ ରାଜ୍ୟର ସଂଗଠନକୁ ଅଧିକ ମଜଭୁତ କରିବାକୁ ଚାହୁଁଛି।

Share